।। ଶାଗୁଆନ କାଠ ଚାଲାଣ ବେଳେ ଭ୍ୟାନ୍ ଜବତ, ୩ ଗିରଫ ।।

ନୂଆପଡା : କୋମନା ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗର ମିଳିତ ଉଦ୍ୟମରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରାଯାଇଛି । ଏଥିସହ ଏଥିରେ ସମ୍ପୃକ୍ତ ୩ ଜଣ ଗିରଫ ହେଇଛନ୍ତି । ବନ୍ୟପ୍ରାଣୀ ବିଭାଗ ଏସିଏଫ୍ ସଞ୍ଜୀବ ବନଗୋଲା ଓ କୋମନା ରେଞ୍ଜର ଦେବଦତ୍ତ ସୁତାର ସହକର୍ମୀଙ୍କ ସହ ସୁନାବେଡ଼ା ଅଭୟାରଣ୍ୟରେ ପାଟ୍ରୋଲିଂ କରୁଥିବା ବେଳେ ଶାଗୁଆନ କାଠ ନେଇ ଆସୁଥିବା ଭ୍ୟାନ୍ (ଓଡି ୨୬ -୨୭୦୪)କୁ ଚେରେବୁଆଁ ପାଖରେ ଧରିଥିଲେ। ଏଥିସହ ଗାଡ଼ିର ଚାଳକ ଖଡ଼ିଆଳ ଥାନା ବିଛନାପାଲି ଗାଁର ଲକ୍ଷ୍ମଣ ବିଶି, ଜଗଦ୍ୟାନ ଝାଙ୍କର, ଖୁଲିଭିତର ଗାଁର ସୁମନ୍ତ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






