ଶତାୟୁ ପୁରୁଷ ରଘୁ ନନାଙ୍କ ଦେହାନ୍ତ

Jun 28, 2025 - 15:47
 0  29
ଶତାୟୁ ପୁରୁଷ ରଘୁ ନନାଙ୍କ ଦେହାନ୍ତ

ବାରିପଦା - ତା :- ୨୭/୦୬/୨୦୨୬ ରିଖ ପୁରୀର ପବିତ୍ର ରଥଯାତ୍ରା ଦିନ ବାରିପଦା ସ୍ଥିତ ୧ ନଂ ୱାର୍ଡ ବୁଦ୍ଧିଖମାରୀ ଶାସନର ଶତାୟୁ ପୁରୁଷ ରଘୁନାଥ ମିଶ୍ରଙ୍କ ଦେହାନ୍ତ ହୋଇଯାଇଛି I ସ୍ୱାଧୀନତା ପୂର୍ବରୁ ୧୯୨୪ ମସିହାରେ ଜନ୍ମଗ୍ରହଣ କରିଥିବା ରଘୁ ନନା ସକାଳ ପ୍ରାୟ ସାଢେ ୧୦ଟା ବେଳେ ନିଜ ବାସଗୃହରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ I ମୃତ୍ୟୁ ସମୟରେ ତାଙ୍କର ଏକ ମାତ୍ର ପୁତ୍ର ମଳୟ ମିଶ୍ର, ପାଞ୍ଚ ଝିଅ ସୁନନ୍ଦା, ମିନାକ୍ଷୀ, ମଞ୍ଜୁଳା, ସୁପ୍ରଭା ଓ ସସ୍ମିତା ସମତେ ନାତୁଣୀ, ନାତୁଣୀ ଜ୍ୱାଇଁ ଓ ଅଣ ନାତୁଣୀ ଉପସ୍ଥିତ ଥିଲେ I ରଘୁ ନନା ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ I ଜିଲ୍ଲା କୋଷାଗାରରେ ଏକାଉଣ୍ଟେଣ୍ଟ ଭାବେ ଚାକିରୀ କରି ଅବସର ନେବା ପରେ ବ୍ରାହ୍ମଣ ସମାଜର ସକ୍ରିୟ ସଦସ୍ୟ ଥିଲେ I ତତସହିତ ଜିଲ୍ଲା ବି ଜେ ପି କୃଷକ ମଞ୍ଚର ସଭାପତି, ତଥା ବି ଜେ ପି କିଷାନ ମୋର୍ଚ୍ଚାର ମଧ୍ୟ ରାଜ୍ୟ ଉପ ସଭାପତି ଥିଲେ I ମୃତ୍ୟୁ ଖବର ପାଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ବି ଜେ ପି ମୁଖପାତ୍ର କବି ବିଷ୍ଣୁ ଶତପଥି, ଆଇନଜୀବୀ ସ୍ୱରୂପାନନ୍ଦ କର, ୱାର୍ଡ କାଉନସିଲର ସୁକେଶିନୀ ସେଠି, ସମାଜସେବୀ ଅମର କୁମାର ସେଠି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ