।। ଲକ୍ଷ୍ମୀ ବସ୍ ଦୁର୍ଘଟଣାରେ ୧ ବର୍ଷ ୬ ମାସର ଶିଶୁ ଙ୍କ ମୃତ୍ୟୁ ।।

ଲକ୍ଷ୍ମୀ ବସ୍ ଦୁର୍ଘଟଣାରେ ଶିଶୁ ଙ୍କ ମୃତ୍ୟୁ। ଏମିତି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ କିତିଙ୍ଗ୍ ଗ୍ରାମରେ । ସୂଚନା ଅନୁଯାୟୀ: ସାଇରାମ ହିକକା ନାମକ ଜଣେ ୧ ବର୍ଷ ୬ ମାସର ଶିଶୁ ଲକ୍ଷ୍ମୀ ବସ୍ ଠିଆ ହେଇ ରହିଥିବା ସମୟରେ ବସ୍ ତଳକୁ ଚାଲିଯାଇଥିଲା । ବସ୍ ଡ୍ରାଇଭର ଅଜାଣତରେ ବସ୍ ଚଲାଇବା ଫଳରେ ଚକା ତଳେ ଚାପି ହୋଇ ଶିଶୁର ଜୀବନ ଚାଲିଯାଇଥିବା ଜଣା ପଡ଼ିଛି। ଶିଶୁ ଙ୍କ ପିତାଙ୍କ ନାମ ଯୋଗୀ ହିକକା ବୋଲି ଜଣାପଡିଛି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା
What's Your Reaction?






