।। ରାୟଗଡା ଜିଲ୍ଲା ପାଚକ ପାଚିକା ଜିଲ୍ଲା ସମ୍ମିଳନୀ ।।

Nov 26, 2023 - 21:46
 0  9
।। ରାୟଗଡା ଜିଲ୍ଲା ପାଚକ ପାଚିକା ଜିଲ୍ଲା ସମ୍ମିଳନୀ ।।

ଆଜି ତା ୨୬/୧୧/୨୦୨୩ ରିଖ ଦିନ ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ରାୟଗଡା ଜିଲ୍ଲା ସ୍ଥରୀୟ କର୍ମକର୍ତା ସମ୍ମିଳନୀ ଠକର ବାପା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସଭାପତି ନେତ୍ରୀ ରୁକ୍ମଣୀ ଆମ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀ ରେ ପାଚିକା ସଂଘ ରାଜ୍ୟ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ଯୋଗ ଦେଇ ମା ମାନଙ୍କର ମୌଳିକ ୧୦ଦଫା ଦାବି ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ୫ଟି ତଥା ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି. କାର୍ତିକ ପାଣ୍ଡିଆନଙ୍କ ନିକଟରେ ସମସ୍ୟା ସମାଧାନ ପାଇଁ ସଠିକ ଦାବି ଉପସ୍ଥାପନା କରିବାକୁ ସମ୍ପୂର୍ଣ୍ଣ ଜିଲ୍ଲା କମିଟି ଘୋଷଣା କରାଯାଇଥିଲେ । ସମସ୍ତ ମା ମାନଙ୍କୁ ବିଜୁ ଶ୍ରମିକ ସଂଗଠନ ଜରିଆରେ ସାମାଜିକ ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଜୁ ଶ୍ରମିକ ସାମୁଖ୍ୟ ମୁଖ୍ୟ ସଂଯୋଜକ ଶ୍ରୀ ନିରଞ୍ଜନ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଚିକାଙ୍କ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାକୁ ନାପସନ୍ଦ କରି କେନ୍ଦ୍ର ସରକାର ପ୍ରତ୍ୟେକ ପାଚିକା ମା ଙ୍କ ୩୦,୦୦୦ହଜାର ରୁ ଉର୍ଦ୍ଧ ବକେୟା ପାଉଣା ତୁରନ୍ତ ଦେବାକୁ ଦାବି କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଜିଲ୍ଲା ବିଦ୍ୟୁତ କର୍ମଚାରୀ ଉପଦେଷ୍ଠା ଶ୍ରୀ ଅନନ୍ତ ପାଡ଼ି, ଉପ ସଭାନେତ୍ରୀ ଶ୍ରୀମତି ସୁଭଦ୍ରା ଦାସ,କୋଷାଧ୍ୟକ୍ଷା ଶ୍ରୀମତୀ ଗୌରୀ ବିଶ୍ବାଳ ,ସଂଜୁକ୍ତା ବିଷୟୀ ୟେଦୁ ଚିନା,ସୁନିତା ମହାନନ୍ଦିଆ,ପୂର୍ନିମା ସାହା, ସୁକାନ୍ତି ସାହୁ,ହେମଲତା ସିଙ୍ଗ୍ ସମେତ ସମସ୍ତ ଜିଲ୍ଲା ତଥା ବ୍ଲକ କର୍ମକର୍ତା ଉପସ୍ଥିତ ଥିଲେ ।

 ରାୟଗଡାରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ