।। ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଘୋଷଯାତ୍ରା ଅନୁଷ୍ଠିତ ।।

Jul 8, 2024 - 20:36
 0  13
।।  ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଘୋଷଯାତ୍ରା ଅନୁଷ୍ଠିତ ।।

ରାୟଗଡ଼ା ତା:-୦୮/୦୭/୨୪(ଫାଷ୍ଟ ନ୍ୟୁଜ ଓଡିଶା) ଓଡିଆଙ୍କ ଆରଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା,ରାୟଗଡା ଜିଲ୍ଳାପାଳ ମନୋଜ ସତ୍ଯବାନ ମହାଜନ,ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି,ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ ,ଉପଜିଲ୍ଳାପାଳ କଲ୍ଯାଣୀ ସଂଘମିତ୍ରା ,ତହସିଲଦାର ତଥା ଦେବତର ଅଧିକାରୀ ପ୍ରିୟଦର୍ଶନୀ ସ୍ବାଇଁ ଓ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଆଜି ପ୍ରାତଃରେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରଫିଟା ଯିବା ପରେ ଚତୁର୍ଦ୍ଧାମୂର୍ତିଙ୍କ ମଙ୍ଗଳ ଆଳତୀ,ମଇଲମ,ପ୍ରାତଃ ଆଳତୀ ପରେ ଗୋପାଳବଲ୍ଳଭ ଭୋଗ,ଖେଚେଡି ଭୋଗ,ଶେରନା ପାଟ ଲାଗି ଏବଂ ଦ୍ୱାରପାଳ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ରାଜ ପୁରୋହିତଙ୍କ ପୈାରାହିତ୍ୟରେ ସମସ୍ତ ରୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସେବାୟତମାନଙ୍କ ଦ୍ୱାରା ରଥଯାତ୍ରା ନୀତିକାନ୍ତି କରାଯାଇଥିଲା । ଅପରାହ୍ନ ୪ଟା ସମୟରେ ରଥାରୂଢ ପରେ ପ୍ରବଳ ବର୍ଷାରେ ମଧ୍ୟ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ଭକ୍ତ ଚତୁର୍ଦ୍ଧାମୂର୍ତିଙ୍କ ରଥଟାଣି ଗୁଣ୍ଡିଚା ନିକଟରେ ପହଁଞ୍ଚାଇଥିଲେ। ପବିତ୍ର ରଥଯାତ୍ରା ଉପଲକ୍ଷେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାର୍କିଙ୍ଗ ସୁବିଧା କରାଯାଇଥିଲା।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ