।। ରାୟଗଡ଼ା ବିଧାୟକ ଶ୍ରୀ କାଡ୍ରାକା ଆପଲୁସ୍ୱାମୀଙ୍କୁ ସାଇପ୍ରିୟା ୱେଲଫର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Jul 8, 2024 - 20:33
 0  13
।। ରାୟଗଡ଼ା ବିଧାୟକ ଶ୍ରୀ କାଡ୍ରାକା ଆପଲୁସ୍ୱାମୀଙ୍କୁ ସାଇପ୍ରିୟା ୱେଲଫର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ରାୟଗଡ଼ା:ତା:-୦୮/୦୭/୨୪(ଫାଷ୍ଟ ନ୍ୟୁଜ ଓଡିଶା) ରାୟଗଡ଼ା ବିଧାୟକ ଶ୍ରୀ କାଡ୍ରାକା ଆପଲୁସ୍ୱାମୀଙ୍କୁ ସ୍ଥାନୀୟ ସାଇପ୍ରିୟା ନଗରରେ ଥିବା ସାଇପ୍ରିୟା ୱେଲଫର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ବିଧାୟକ ଶ୍ରୀ କାଡ୍ରାକା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରଷ୍ଟ ତରଫରୁ କରାଯାଉଥିବା ବିଭିନ୍ନ ଉନ୍ନତି ମୂଳକ ଓ ସମାଜସେବା କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଖୁସୀ ବ୍ୟକ୍ତ କରିଥିଲେ l ସାଇପ୍ରିୟା ନଗରରେ ହେବାକୁ ଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ତଦାରଖ କରି କାର୍ଯ୍ୟ ଗୁଡିକୁ ତ୍ୱରାନ୍ବିତ କରିବାକୁ ସେ ପ୍ରକାଶ କରିଥିଲେ l ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ଆପଣ ମାନଙ୍କର ଜଣେ ଲୋକ ଯେତେବେଳେ ଯେଉଁ ପରିସ୍ଥିତିରେ ମୋର ସହଯୋଗ ଲୋଡିଲେ ମୁଁ ସକ୍ଷମ ମତେ ସହଯୋଗ କରିବି ବୋଲି ପ୍ରତିଶୃତି ଦେଇଥିଲେ l ଏହାସହ ବିଧାୟକ ଶ୍ରୀ କାଡ୍ରାକା ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ କରିଥିଲେ l ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ସଭ୍ୟ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ ଦାଶ, ଲାଡୀ ଚନ୍ଦ୍ରମୌଳି, ଜି. ବ୍ରହ୍ମାଜି, ଟି. ଏନ. ରାଓ, ରାଜେଶ ରାୟପାଲି, ସନ୍ୟାସୀ ପାଣିଗ୍ରାହୀ, ସଭ୍ୟା ଶ୍ରୀମତୀ ମହେଶ୍ବତା ପାଣିଗ୍ରାହୀ, ଶ୍ରୀମତୀ ଗୀତାରାଣୀ ମିଶ୍ର, ଶ୍ରୀମତୀ ରଶ୍ମୀ ପଣ୍ଡା, ଓ ଶ୍ରୀମତୀ ଅମୂଲ୍ୟା କୁମାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ l

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ