ରାସ୍ତା କଡ଼ ଖୋଳି କାମ ବନ୍ଦ, ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ପଥଚାରୀ

ରାମଚନ୍ଦ୍ରପୁର ବ୍ରାହ୍ମଣୀ ସେତୁ ନିକଟରୁ ବ୍ରାହ୍ମଣୀ ନଦୀ କୂଳରେ ଯାଇଥିବା ରାମଚନ୍ଦ୍ରପୁର-ରାଜାତୋଟା ରାସ୍ତା ସଂପ୍ରସାରଣ ହେଉଛି । ବ୍ଲକ ଛକ ପାଖରୁ ରାସ୍ତାର ଗୋଟିଏ ପଟ କୁ ଖୋଳା ଯାଇଛି । ଏହି ଖୋଳା ସ୍ଥାନରେ ପଥର ଗୁଣ୍ଡ ପକାଇବାରେ ସମ୍ପୃକ୍ତ ଠିକାଦାର ବିଳମ୍ବ କରୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ବିଭିନ୍ନ ସ୍କୁଲ ସହିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାକୟ ଓ କାଦମ୍ବିନୀ ପାଳ ମହିଳା ମହାବିଦ୍ୟାଳୟକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ ଗତାଗତ କରୁଛନ୍ତି । ଏହା ସହିତ ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ଗତାଗତ କରୁଛନ୍ତି । ରାସ୍ତା କଡରେ ହୋଇଥିବା ଏହି ଖାଲ ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି । ତୁରନ୍ତ ଏହି ଖାଲକୁ ପଥର ଗୁଣ୍ଡ ଦେଇ ପୋତିବାକୁ ସାଧାରଣରେ ଦାବି ହୋଇଛି ।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






