।। ରାଜ୍ୟପାଳଙ୍କୁ ୭ ଦଫା ଦାବିପତ୍ର ସହିତ ବିଜେପି ପକ୍ଷରୁ ଗୋଳାମୁଣ୍ଡା ତହସିଲ ଘେରାଓ ।।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଦଳ ପକ୍ଷରୁ ଆଜି ଗୋଳାମୁଣ୍ଡା ତହସିଲ ଘେରାଓ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଗୋଳାମୁଣ୍ଡା ତିନି ଛକ ଠାକୁରାଣୀ ମନ୍ଦିର ଠାରୁ ଶତାଧିକ ବିଜେପି କର୍ମୀ ଯୋଗ ଦେଇ ଜୟ ଶ୍ରି ରାମ , ଭାରତ ମାତା କି ଜୟ ଗାନ କରି ତହସିଲ କାର୍ଯ୍ୟାଳୟ ଅଭିମୁଖେ ପାଦଚଲା ଶୋଭାଯାତ୍ରା ରେ ତହସିଲ କାର୍ଯ୍ୟାଳୟ ଘେରାଓ କରିଥିଲେ । ପରେ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଭବାନୀ ଶଙ୍କର ମାଝୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲେ । ଉକ୍ତ ଦାବି ହେଉଛି - ମଣ୍ଡି ଗୁଡିକରେ ଶୀଘ୍ର ଧାନ କିଣିବା, ଆବାସ ଯୋଜନାରେ ସଠିକ ଲୋକଙ୍କୁ ଚୟନ କରିବା, ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ସହାୟତା ରାଶି ପ୍ରଦାନ କରିବା ଓ ଜମି ମରାମତି କ୍ଷେତ୍ରରେ ସଠିକ ଲୋକଙ୍କୁ ଚୟନ କରିବା,ଖାଉଟି କାର୍ଡରେ ନୂଆ ଲୋକଙ୍କୁ ଯୋଡିବା ଓ ଗୋଳାମୁଣ୍ଡା ବ୍ଲକକୁ ମରୁଡି ଘୋଷଣା କରିବା ଭଳି ଅନେକ ଦାବି ଗୁଡିକ ଉଲ୍ଲେଖ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର,କେଗାଁ ମଣ୍ଡଳ ସଭାପତି ଲିଙ୍ଗରାଜ ଭୋଇ, ଗୋଳାମୁଣ୍ଡା ମଣ୍ଡଳ ସଭାପତି ପ୍ରଦୀପ ପଣ୍ଡା, ସାଂସଦଙ୍କ ପ୍ରତିନିଧି ଭାଗ୍ୟବାନ ବାଗ ସହ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ ।
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ କୋରାପୁଟ ପ୍ରଥମ ଖବର।
What's Your Reaction?






