।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪ ୬ଷ୍ଠ ଦିନରେ ଢେଙ୍କାନାଳ ଓ ଯାଜପୁର ବିଜୟୀ (ଢେଙ୍କାନାଳ କ୍ଵାଟର ଫାଇନାଲରେ) ।।

Sep 30, 2024 - 19:37
 0  11
।। ରାଜ୍ୟ ସ୍ତରୀୟ ସାହାଣୀ କପ - ୨୦୨୪  ୬ଷ୍ଠ ଦିନରେ ଢେଙ୍କାନାଳ ଓ ଯାଜପୁର ବିଜୟୀ (ଢେଙ୍କାନାଳ କ୍ଵାଟର ଫାଇନାଲରେ) ।।

ବାରିପଦା - ତା :- ୩୦/୦୯/୨୦୨୪ ରିଖ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓ ଓଡିଶା ଫୁଟବଲ ଏସୋସିଏସନର ସହଯୋଗୀତାରେ ଅନୁଷ୍ଠିତ ସାହାଣୀ କପ - ୨୦୨୪ ର ୬ଷ୍ଠ ଦିନର ୧ମ ମ୍ୟାଚରେ ଢେଙ୍କାନାଳ ୫-୧ ଗୋଲରେ ବାଲେଶ୍ୱରକୁ ପରାସ୍ତ କରି କ୍ଵାଟର ଫାଇନାଲରେ ପ୍ରବେଶ କରିଛି I ଢେଙ୍କାନାଳର ପ୍ରଶାନ୍ତ ବାରି ୧୭ ଓ ୩୨ ମିନିଟରେ, ଅନିଲ ସ୍ୱାଇଁ ୧୯ ଓ ୭୦ ମିନିଟରେ ଏବଂ ସରୋଜ ବିଶ୍ୱାଳ ୮୦ ମିନିଟରେ ଗୋଲ କରିଥିବା ବେଳେ ବାଲେଶ୍ୱରର ମଧୁ ସୋରେନ ୩୯ ମିନିଟରେ ଏକ ମାତ୍ର ଗୋଲ କରିଥିଲେ I ଢେଙ୍କାନାଳର ପ୍ରଶାନ୍ତ ବାରି ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ମହେଶ ଦାସ ସ୍ମୃତି ସମ୍ମାନରେ ୨ ହଜାର ଟଙ୍କା ପ୍ରତ୍ସାହନ ରାଶି ଓ ଉପଢୌକନ ଦ୍ୱାରା ସମ୍ମାନିତ ହୋଇଥିଲେ I ଲକ୍ଷ୍ମଣ ସେଠ, ସୁଜିତ ରାଜହଂସ, ସୂର୍ଯ୍ୟ ନାରାୟଣ ମିର୍ଦା ଓ ବାପୁନ କୁମାର ମହାନ୍ତ ଖେଳ ପରିଚାଳନା କରିଥିଲେ I ବରିଷ୍ଠ ଖେଳାଳି ସେଙ୍ଗେଲ ସିଂ ସୋରେନ, ଫାଓର ଉପ ସଭାପତି ପଦ୍ମଲୋଚନ ଲେଙ୍କା ଓ ପୂର୍ବତନ ଉପ ସଭାପତି ପ୍ରଦୀପ କିଶୋର ମହାନ୍ତି ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ୨ୟ ମ୍ୟାଚରେ ଯାଜପୁର ୨-୧ ଗୋଲରେ ଦେବଗଡ଼କୁ ପରାସ୍ତ କରିଥିଲା I ଯାଜପୁରର ସାଲାଇ ଟୁଡୁ ୩୬ ଓ ୬୧ ମିନିଟରେ ଏବଂ ଦେବଗଡ଼ର ବିଭୁତି କିସାନ ୪୦ ମିନିଟରେ ଗୋଲ କରିଥିଲେ I ଯାଜପୁରର ସାଲାଇ ଟୁଡୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ I ଶେଖାବତ ଖାନ, ବିବେକ କୁମାର ନାଏକ, ସନ୍ତୋଷ କୁମାର ମହାକୁଡ଼ ଓ ଅନନ୍ତ ଚାତାର ଖେଳ ପରିଚାଳନା କରିଥିବା ବେଳେ ଶିବ ଶଙ୍କର ପଣ୍ଡା ଓ ସୁଭଦ୍ରା ହେମ୍ବ୍ରମ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ I ଅର୍ଜୁନ ହାଁସଦା ଧାରବିବାରଣୀ ପ୍ରଦାନ କରିଥିଲେ I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ବିଶିଷ୍ଟ ଶିଳ୍ପପତି ହୃଷିକେଶ ମହାପାତ୍ର ଓ ପୂର୍ବତନ ବାଙ୍ଗିରିପୋଷି ଅଧ୍ୟକ୍ଷ ସୁବୋଧ କୁମାର ମାର୍ଣ୍ଡି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ କ୍ରୀଡା ସଂସଦର ଉପ ସଭାପତି ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠି, କୋଷାଧ୍ୟକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ହରପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ଓ ପାର୍ଥ ସାରଥୀ ସ୍ୱାଇଁ ଉପସ୍ଥିତ ଥିଲେ I ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା ୨ ତାରିଖ ଦିନ ଅପରାହ୍ନ ୩ ଟା ରେ ମୟୁରଭଞ୍ଜ ଓ ଢେଙ୍କାନାଳ ମଧ୍ୟରେ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ