ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ଉପଲକ୍ଷେ ନୂଆପଡ଼ାରେ ବିକାଶ ମେଳା ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ

May 31, 2025 - 21:33
 0  8
ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ଉପଲକ୍ଷେ ନୂଆପଡ଼ାରେ ବିକାଶ ମେଳା ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ

ନୂଆପଡ଼ା : ଓଡିଶା ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ଯ ସହିତ ନୂଆପଡ଼ା ଜିଲ୍ଲା ରେ ମଧ୍ୟ ବିକାଶ ମେଳା ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ l ଜୁନ୍ 12 ରୁ 18 ତାରିଖ ପର୍ଯ୍ଯନ୍ତ ଏହି ମେଳା ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓରମାସ୍ ଆନୁକୁଲ୍ୟରେ ବିକାଶ ମେଳା ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବା ସହିତ ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ପାରମ୍ପରିକ ଖାଦ୍ୟ ଉତ୍ସବ ପାଳିତ ହେବ l ଏହି ଅବସରରେ ଜିଲ୍ଲାର ସମସ୍ତ ବିଭାଗ ସେମାନଙ୍କ ଉପଲବ୍ଧି ଏବଂଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଷ୍ଟଲ୍ ମାଧ୍ୟମରେ ପ୍ରଦର୍ଶିତ କରିବେ l ଜୁନ୍ 5 ତାରିଖରୁ ଜିଲ୍ଲାର ସବୁ ବ୍ଲକରେ ଏଥିପାଇଁ ପ୍ରଚାର ରଥ ବୁଲିବ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ବିଭାଗ ଆନ୍ତରିକ ପ୍ରୟାସ କରି ଜିଲ୍ଲାରେ ବିକାଶ ମେଳା କୁ ଶତ ପ୍ରତିଶତ ସଫଳ କରିବା ସହିତ ଲୋକ ମାନଙ୍କ ପାଖରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ବାର୍ତ୍ତା ପହଞ୍ଚାଇବେ l ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ l ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଭାସୀ ମାଧ୍ୟମରେ ହେବ l କୃତି ପ୍ରତିଯୋଗୀମାନଙ୍କୁ ମେଳାରେ ସମ୍ମାନିତ କରାଯିବ l ଏହି ସମୟରେ ରଜ ପର୍ବ ପଡୁଥିବାରୁ ରଜ ପିଠା, ପୋଡ଼ ପିଠା, ପାନ ପ୍ରଦର୍ଶନ ସହିତ ରଜଦୋଳି ର ମଧ୍ୟ ବ୍ୟବସ୍ଥା କରାଯିବ l ବିକାଶ ମେଳାରେ ଗୋଟିଏ ଆର୍ଟ ଗ୍ୟାଲେରୀର ବ୍ୟବସ୍ଥା କରାଯାଇଛି l ଆଜିର ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସି ଡି ଏମ୍ ଓ ଡଃ ଗୁରୁପ୍ରସାଦ ଜେନା ଙ୍କ ସହିତ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ l ଜିଲ୍ଲାପାଳ କହିଲେ ଯେ ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ମେଳା ନୂଆପଡ଼ା ଜିଲ୍ଲା ବାସୀଙ୍କୁ ଏକ ସୁନ୍ଦର ନୂତନ ଅନୁଭୂତି ଆଣିଦେବ l ଏହି ଅବସରରେ ସେ ସ୍ଲୋଗାନ୍ ଦେଇଥିଲେ, East or West, Nuapada is the best.

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ