।। ରାଜ୍ୟ ସରକାର ଖାଲି ବିକାସ ନାରେ ଡିମ ଡିମା,ପିଟୁଛନ୍ତି, ଗର୍ଭବତୀ ମହିଳା ଙ୍କୁ ବୁହା ହେଲା,୨ - କିଲୋମିଟର,ପୁଣି ଜନନୀ ଯନ୍ତ୍ରଣା

ଗଜପତି ଜିଲ୍ଲା, ଆର୍ ଉଦୟ ଗିରି ,ମୋହନାରେ ପୁଣି ଜନନୀ ଯନ୍ତ୍ରାଣା ଦେଖା ଦେଇଛି । ବହୁ ବର୍ଷ ଧରି ବିପଦପୂଣ୍ଣ ରାସ୍ତାକୁ ମରାମତି କରାଯାଇ ନାହିଁ । ତେଣୁ ଗାଁକୁ ଆସିଲାନି ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସ କମୀମାନେ ୨ କିମି ରାସ୍ତା ପାଦ ଚାଲିଚାଲି କରି ଗାଁରେ ପହିଞ୍ଚି ଗର୍ଭବତୀଙ୍କୁ ପୁଣି ପାଦ ଚଲାରେ ଷ୍ଟ୍ରେଚରକୁ ବନ୍ଧାରେ ବୋହି ଆମ୍ବୁଲାନ୍ସ ନିକଟରେ ପହିଞ୍ଚାଇଛନ୍ତି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଜକରାପଲ୍ଲୀ ଗ୍ରାମରେ ଗ୍ରାମବାସୀମାନେ ସୂଚନା ଦେଇ କହିଛନ୍ତି ଯେ, ଜକରାପଲ୍ଲୀ ଗ୍ରାମର ଅମ୍ବିକା ରଇତଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ପଥୁରିଆ ଅଣ ଓସାରିଆ ରାସ୍ତା ଏବଂ ରାସ୍ତାରେ ନାଳ ପଡୁଥିବା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମ ଠାରୁ ୨ କିଲୋମିଟର ଦୂରରେ ରହିଯାଇଥିଲା । ଏଥିଯୋଗୁଁ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଏବଂ କର୍ମଚାରୀ ଗ୍ରାମକୁ ଯାଇ ଅମ୍ବିକାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଷ୍ଟ୍ରେକ୍ଚରରେ ଖାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟରେ ପହିଞ୍ଚାଇଥିଲେ । ପରେ ତାଙ୍କୁ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରାଯାଇଥିଲା । ସେଠାରେ ଅମ୍ବିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିବା ସହ ଉକ୍ତ ଗ୍ରାମକୁ ପକ୍କା ରାସ୍ତା ଓ ଏକ ପୋଲ ନିର୍ମାଣ କରିବା ପାଇଁ ଦାବି ହେଉଛି । ଏହିପରି ପ୍ରତିଦିନ ମୋହନା ଅଞ୍ଚଳରେ ବାରମ୍ବାର ଘଟୁଥିବାସତ୍ତ୍ୱେ ରାଜ୍ୟ ସରକାରଙ୍କ ଚେତାପସୁନି କାହିଁକି ।
ଗଜପତି ଜିଲ୍ଲା ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ, ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






