।। ରାଇରଙ୍ଗପୁର ନିକଟସ୍ଥ ସିନ୍ଦୁରଗୈାରୀ ଗ୍ରାମ ପୁରୁଣା ରେଳଫାଟକରେ ରେଳରେ କଟି ଯୁବକ ମୃତ ।।

Jun 26, 2024 - 21:00
 0  12
।। ରାଇରଙ୍ଗପୁର ନିକଟସ୍ଥ ସିନ୍ଦୁରଗୈାରୀ ଗ୍ରାମ ପୁରୁଣା ରେଳଫାଟକରେ ରେଳରେ କଟି ଯୁବକ ମୃତ ।।

ମୟୁରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ରାଇରଙ୍ଗପୁର ନିକଟସ୍ଥ ସିନ୍ଦୁରଗୈାରୀ ଗ୍ରାମର ପୁରୁଣା ରେଳଫାଟକରେ ବାଦାମ ପାହାଡ଼ରୁ ରାଇରଙ୍ଗପୁର ଡାଉନ୍ ଟ୍ରେନ ଆସୁ ବେଳେ ଟ୍ରେନରେ ଧକ୍କା ହୋଇ ଦଶମୀ ଶ୍ରେଣୀରେ ଛାତ୍ରର ସଚନୀୟ ମୃତ୍ୟୁ ହୋଇଅଛି। ସୁଚନା ଅନୁଯାଇ ଗୋରୁମହିଷାଣୀ କୁଲଡ଼ିହା ଗ୍ରାମର ଛାତ୍ର ରାମ କିସ୍କୁ ✓ପିତା -ଚରଣ କିସ୍କୁ , ମରିଯାଇଥିବାରୁ ସେ ବାଭଣବୋଷ ଗ୍ରାମରେ ବଡମାଆ ଘରେ ଥାଇ ପାଠପଢୁ ଥିଲା ରାମ କିସ୍କୁ ତା ସାଙ୍ଗ ଘରୁ ଫେରୁଥିବା ବେଳେ ସିନ୍ଦୁରଗୈାରୀ ରେଳ ଫାଟକରେ ଇଆରଫୋନ୍ ଲଗାଇ ସାଙ୍ଗ ସହିତ କଥା ହୋଇ ଫାଟକ ପାର କରୁଥିବା ବେଳେ ଦୃତ ଗତିରେ ଆସୁଥିବା ଟ୍ରେନ ରେ ଧକ୍କା ହୋଇ ମୃତ୍ୟୁ ବରଣ କରିଛି। ଏହି ଅଭାବନୀୟ ଘଟଣାଟି ସାରା ରାଇରଙ୍ଗପୁରରେ ଚାଞ୍ଚଲ୍ୟ ଖେଳି ଯାଇଛି। ଅଭାବ ଅନାଟନ ଯୋଗୁ ରାମ କିସ୍କୁର ମାଆ ଯୋଡା ଡ଼ୁବୁରୀରେ ଦାଦନ ଖଟି ଘର ଚଳାଉଛନ୍ତି। ସୂଚନା ଅନୁଯାୟୀ ବର୍ତ୍ତମାନ ଦୁଃଖ ଅନାଟନରେ ବିତୁଥିବାରୁ ରାମ କିସ୍କୁର ମାଆ କ୍ଷତିପୂରଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

ମୟୁରଭଞ୍ଜ ଜିଲ୍ଲାରୁ ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ