ରଥ ଯାତ୍ରା ପ୍ରସ୍ତୁତି ବୈଠକ ଦେବୋତ୍ତର ବିଭାଗ

Apr 29, 2025 - 18:12
 0  22
ରଥ ଯାତ୍ରା ପ୍ରସ୍ତୁତି ବୈଠକ ଦେବୋତ୍ତର ବିଭାଗ

ଜୟପୁର,( ରଞ୍ଜିତ ନାୟକ ) ତା:୨୮.୦୪.୨୦୨୫-ଜୟପୁର ସଦର ମହକୁମା ଠାରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨୦୨୫ ମସିହାର ପବିତ୍ର ରଥ ଯାତ୍ରା ପାଳନ ନିମନ୍ତେ ପୌରପାଳିକା କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷରେ ଅପରାହ୍ନ ୫.୩୦ ଘଟିକା ସମୟରେ ଜୟପୁର ବିଧାୟକଙ୍କ ଶ୍ରୀଯୁକ୍ତ ତାର। ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକର ଅନୁଷ୍ଠିତ ହୋଇ ଯାଇଛି ! ଉକ୍ତ କାର୍ଯ୍ୟରେ ଉପଖଣ୍ଡ ଅରକ୍ଷୀ ଅଧିକ୍ଷକ ପାର୍ଥ ଜଗଦୀଶ କଶ୍ୟପ, ଉପଜିଲ୍ଲାପାଳ, ଜୟପୁର ଅକବରମ ସସ୍ୟ ରେଡ୍ଡୀ ପ୍ରମୁଖ ମଞ୍ଚ।ଶୀନ ଥିଲେ ! ରଥର ମାନ ଠିକ ଅଛି ନା ନ।ହିଁ ପ୍ରଥମେ ଅନୁଧ୍ୟାନ କରି ସହକାରୀ ଯନ୍ତ୍ରୀ, ରାସ୍ତା ଓ କୋଠବାଡ଼ି ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଗଲା ! ଯାନ ବାହନ ନିୟନ୍ତ୍ର ଓ ଆଇନ ଶୃଙ୍ଖଳା ନିମନ୍ତେ ଟାଉନ ଥାନା ପୁଲିସଙ୍କୁ ଦାୟିତ୍ଵ ଦିଆଗଲା ଉକ୍ତ ଦିନ ଚାରି ଚକିଆ ଯାନକୁ ଟାଉନ ଭିତରକୁ ନ ଛାଡିବା ନିମନ୍ତେ ଓ ଏହାର ଏକ ବ୍ଲୂ ପ୍ରିଣ୍ଟ ତିଆରି କରି ସାମାଜିକ ଗଣମାଧ୍ୟମରେ ଛାଡିବା ନିମନ୍ତେ ଟାଉନ ଥାନା ଅଧିକାରୀ ଶ୍ରୀମତୀ ମନିଶା ସାହୁ ଙ୍କୁ ଅନୁରୋଧ କରାଗଲା ! ରଥ ଦାଣ୍ଡକୁ ଯେପରି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଓ ସ୍ଵେଚ୍ଛା ସେବକ ଭିଡ ନ କରିବେ ତାକୁ ମଧ୍ୟ ଧ୍ୟାନ ଦେବା ପାଇଁ ଥାନା ପୁଲିସ ଙ୍କୁ ଅନୁରୋଧ କରାଗଲା ! ଜନ ସମାଗମକୁ ଦୃଷ୍ଟିରେ ରଖି ଏହି ବର୍ଷ ୪ ଗୋଟି ଆଷ୍କା ଲାଇଟ, ୨ ଗୋଟି ଜେନେରେଟର, ୬ ଗୋଟି ହାଲୋଜିନ ଲାଇଟ ଓ ରଥ ଯାତ୍ରା ପୂର୍ବରୁ ୧୦ ଗୋଟି ଫୋକସ ଲାଇଟ ଯୋଗାଇ ଦେବା ପାଇଁ SDO ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗକୁ ଓ ଓଡ୍ରାଫକୁ ଅନୁରୋଧ କରାଗଲା !ରଥ ଉପରେ କେବଳ ୨୫ ଜଣ ଦଇତାପତି ଓ ସ୍ଵେଚ୍ଛା ସେବକ ହିଁ ରହିବେ ! ଉକ୍ତ ଦିନ ଆଶୁ ଚିକିତ୍ସା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗରକୁ ଅନୁରୋଧ କରାଗଲା ! ପାଞ୍ଚ ଦିନ ପୂର୍ବରୁ ସମସ୍ତ ମଦ ଦୋକାନ, ସମସ୍ତ ସାହିରେ ରେଡ୍ କରିବା ନିମନ୍ତେ ଅବକାରୀ ବିଭାଗ ଓ ପୋଲିସ୍ ବିଭାଗ ଜୟପୁରଙ୍କ ମିଳିତ ଭାବରେ ଚଢାଉ କରିବା ନିମନ୍ତେ ଅନୁରୋଧ କରାଗଲା ! ଉକ୍ତ ଦିନ ଅଗ୍ନିଶମ ଯାନ ଓ ଟିମ ସମ୍ପୂର୍ଣ୍ଣ ଅଗ୍ନି ନିର୍ବାପକ ଯନ୍ତ୍ର ସହ ରଥ ପଛରେ ଥିବା ନିମନ୍ତେ କୁହାଗଲା ! ସେହି ପରି ୪ ଗୋଟି ଜାଗାରେ ପାଣି ଟ୍ୟାଙ୍କ ଓ ୪ ଜଣ କର୍ମଚାରୀ ନିୟୋଜିତ କରିବା ନିମନ୍ତେ ସହକାରୀ ଯନ୍ତ୍ରୀ PHDଙ୍କୁ ଅନୁରୋଧ କରାଗଲା ! ଉକ୍ତ ଦିନ ପୋଲିସ୍ ବାହିନୀ ପାଇଁ ଟେଣ୍ଟ ଓ ହେଲ୍ପ ଡ଼େସ୍କ କରିବା ନିମନ୍ତେ ଦେବୋତ୍ତର ବିଭାଗଙ୍କୁ ଅନୁରୋଧ କରାଯାଇଛି ! ସେହିପରି ଉକ୍ତ ଦିନ ରଥ ଟଣା ସମୟରେ ୨ ଗୋଟି ଏମ୍ବୁଲେନ୍ସ, ଜଣେ ଆୟୁଷ ଡାକ୍ତର ରହିବେ ଓ ୨୭.୦୬.୨୦୨୫ତାରିଖ ଠାରୁ ବାହୁଡା ପର୍ଯ୍ୟନ୍ତ ସକ।ଳ ୮ଟା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ମେଡ଼ିକାଲ ଟିମ ସହ ଉପସ୍ଥିତ ରହିବେ ! ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗନ୍ନାଥଙ୍କ ଭଜନ ସମାରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୋରାପୁଟ ସାଂସ୍କୃତିକ ବିଭାଗ ଦ୍ୱାରା ଆୟୋଜନ କର।ଯିବ ! ଏହି ବର୍ଷ ଜୟପୁର ବିଧାୟକଙ୍କ ଅନୁରୋଧ କ୍ରମେ ପାଲା ନୃତ୍ୟ ଆଣିବା ପାଇଁ କୋରାପୁଟ ସାଂସ୍କୃତିକ ବିଭାଗକୁ ଅନୁରୋଧ କରଗଲା ! ଜଗନ୍ନାଥଙ୍କ ମହାପ୍ରଭୁଙ୍କ ଧାରା ବିବରଣୀ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟପୁରଙ୍କୁ ଦାୟିତ୍ଵ ଦିଆଗଲା ! କୌଣସି ଅଘଟଣ ହଟାଇବା ନିମନ୍ତେ ଦୀପ ଦାନ ପାଖରେ ଗୋଟିଏ ଅଗ୍ନିଶମ ଗାଡି ରଖିବାକୁ ଅନୁରୋଧ କରଗଲା ! ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗନ୍ନ।ଥଙ୍କ ଭୋଗ ଟ.୧୦୦/- ରଖା ଯାଇଛି ଏବଂ ପାର୍ସେଲ ହେବୟ ନାହିଁ ମନ୍ଦିର ଭିତରେ ବସି ଖାଇବେ ! ରଥ ଯାତ୍ରା ଦିନ ଭିଡକୁ ନଜର ରେ ରଖି ଜୟପୁର ପୌର।ଞ୍ଚଳରେ ଥିବା ଶୌଚାଗର ସଫା ସୁତୁରା ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା କୁ ଅନୁରୋଧ କରାଗଲା ! ଏହି ବୈଠକକୁ ଚିତ୍ତରଞ୍ଜନ ପଟନାୟକ, ଅତିରିକ୍ତ ତହସିଲଦାର ପରିଚାଳନା କରି ଥିଲେ ! ଆଜିର ଏହି ବୈଠକରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଜୟପୁର, ଟାଉନ୍ ଥାନା ଅଧିକାରୀ ଶ୍ରୀମତୀ ମନିଶା ସାହୁ, ସଦର ଥାନା ଅଧିକାରୀ ଶଚିନ୍ଦ୍ର ପ୍ରଧାନ, ଅଗ୍ନିଶମ ଅଧିକାରୀ, ଜୟପୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦ। ଗ।ଦବ।, ଜିଲ୍ଲା ସଂସ୍କୃତି ଅଧିକାରୀ କୋରାପୁଟ ଶ୍ରୀମତୀ ପ୍ରୀତିଶୁଦ୍ଧ। ଜେନା ,ସମ୍ପାଦକ,ଜଗନ୍ନାଥ ସେବା ସମିତି ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ଜୟପୁର, ସହକାରୀ ଯନ୍ତ୍ରୀ PHD, ଜୟପୁର, TPSODLର କର୍ମକର୍ତ୍ତା, ସଭାପତି ଦଇତାପତି ବୃନ୍ଦ, ସ।ମନ୍ତ୍ରା ସାହି, ସୁନାରି ସାହି, ଜଗନ୍ନାଥ ମନ୍ଦିରର ସେବାୟତ,ନାରାୟଣୀ ମନ୍ଦିରର ସେବାୟତ ବୃନ୍ଦ,ସହରର ମାନ୍ୟଗଣ ବ୍ୟକ୍ତି ବିଶେଷ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ସାମ୍ବାଦିକ ଗଣମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ! ଶେଷରେ ଉପଜିଲ୍ଲାପାଳ ଜୟପୁର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ !

 କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ