।। ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା, ଚାରି ଅଟକ ।।

Oct 2, 2024 - 15:56
 0  35
।। ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ  ହତ୍ୟା, ଚାରି ଅଟକ ।।

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା । ଏଭଳି ଅଭାବନୀୟ ଘୋଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହି ରେ । ଗତକାଲି ରାତ୍ର ୧୧ ଟା ସମୟରେ କେହିଜଣେ ଦୁର୍ବୁତ ଯୁବକଙ୍କୁ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ବା ଫଳରେ ଯୁବକ ଜଣଙ୍କ ପ୍ରାଣ ବିକଳରେ ଦୌଡି ଦୌଡି ଆସି ଘର ସମ୍ଭୁଖରେ ପଡିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଫଳରେ ସାହିଲୋକ ଦେଖି ପୋଲିସକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଚାରି ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମୃତ୍ୟୁ ଯୁବକ ଜଣକ ଚାଟିକୋଣା ମାଳିସାହିର ଘାଶିରାମ ଜିଲିକାର ବୋଲି ଜଣାପଡିଛି । ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ଓ ସାଇଣ୍ଟିଫିକ୍ ଟିମ କୁ ଖବର ଦେଇଛି।

।ରାୟଗଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ