।। ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା, ଚାରି ଅଟକ ।।

Oct 2, 2024 - 15:56
 0  27
।। ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ  ହତ୍ୟା, ଚାରି ଅଟକ ।।

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା । ଏଭଳି ଅଭାବନୀୟ ଘୋଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହି ରେ । ଗତକାଲି ରାତ୍ର ୧୧ ଟା ସମୟରେ କେହିଜଣେ ଦୁର୍ବୁତ ଯୁବକଙ୍କୁ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ବା ଫଳରେ ଯୁବକ ଜଣଙ୍କ ପ୍ରାଣ ବିକଳରେ ଦୌଡି ଦୌଡି ଆସି ଘର ସମ୍ଭୁଖରେ ପଡିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଫଳରେ ସାହିଲୋକ ଦେଖି ପୋଲିସକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଚାରି ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମୃତ୍ୟୁ ଯୁବକ ଜଣକ ଚାଟିକୋଣା ମାଳିସାହିର ଘାଶିରାମ ଜିଲିକାର ବୋଲି ଜଣାପଡିଛି । ପୋଲିସ ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ଓ ସାଇଣ୍ଟିଫିକ୍ ଟିମ କୁ ଖବର ଦେଇଛି।

।ରାୟଗଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ