।। ଯୁବକ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।।

Oct 17, 2024 - 21:11
 0  25
।। ଯୁବକ ଓ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।।

କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।। ଜଣେ ୨୨ବର୍ଷର ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଆଜି ସକାଳୁ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଜବତ କରିଛି।ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଜଗବନ୍ଧୁ ମୁଣ୍ଡା କୌଣସି କାରଣବଶତଃ ନିଜ ବାଡ଼ିରେ ଥିବା ଏକ ପଣସ ଗଛରେ ରଶି ଲଗାଇ ଝୁଲିପଡ଼ିଥିବା ପୋଲିସ କହିଛି। ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି। ଦାମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ସୁଶିଳା ମହାନ୍ତ ନାମକ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା କାରଣ ଅସ୍ପଷ୍ଟ ରହିଛି । ଏ ନେଇ ପାଟଣା ପୋଲିସ ODକେଶ ନଂ.67/68 ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ସାହାରପଡା ଫାଣ୍ଡି ଅଧିକାରୀ। ଉଭୟ ମୃତଦେହ ବ୍ୟବଚ୍ଛେଦ ପାଇଁ ପାଟଣା ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ