।। ଯୁବ ପରିବା ବ୍ୟବସାୟୀଙ୍କ ।।

Aug 23, 2024 - 12:03
 0  339
।। ଯୁବ ପରିବା ବ୍ୟବସାୟୀଙ୍କ ।।

ଦେହାନ୍ତ : ବାରୀ ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ମିର୍ଜାପୁର ଗ୍ରାମର ଯୁବ ପରିବା ବ୍ୟବସାୟୀ ଇଲି ସାହୁଙ୍କ (୪୫) ଙ୍କର ପରଲୋକ ଘଟିଛି। ସୂଚନା ମୁତାବକ ଦୀର୍ଘଦିନ ଧରି ଉକ୍ତ ପରିବା ବ୍ୟବସାୟୀ ଜଣକ ବରୀ ମାଉଣ୍ଡ, ଅଲିପୁର, ରାଜାତୋଟା ଓ ଅଜାଣ ସାପ୍ତାହିକ ହାଟରେ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ଗତ କିଛି ଦିନ ତଳେ ତାଙ୍କର ଛାତିରେ ଗୁରୁତର ଅସ୍ତ୍ରୋପଚାର ହେବା ପରେ ସେ ସୁସ୍ଥ ହୋଇ ବ୍ୟବସାୟ କରୁଥିଲେ। ମାତ୍ର ତାଙ୍କ ଛୋଟ ଝିଅ ସହିତ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଯାଜପୁର ବ୍ଲକ କେତକୀକିଆ ନିକଟରେ ରବିବାର ଦିନ ଲକ୍ଷ୍ମୀ ବସ ଦ୍ୱାରା ଦୂର୍ଘଟଣା ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ସୁଜନପୁର ଡାକ୍ତରଖାନା ଓ ପରେ ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ତାଙ୍କ ଅବସ୍ଥା ଶୋଚନୀୟ ଥିବାର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ତାଙ୍କର ପରଲୋକ ହୋଇ ଯାଇଛି।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ