ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଯାପନୀ ସନ୍ଧ୍ୟା: ମଣ୍ଟୁ ଛୁରିଆ,ଚିରାଗଦୀପ ପଣ୍ଡା, ବୈଭବ ପୃଷ୍ଟି, ଶୀତଲ କବି, ସିମରନ ଦାସ ଓ ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ସଂଗୀତ ମନ୍ତ୍ରମୁଗ୍ଧ କଲା ଦର୍ଶକଙ୍କୁ

ବାରିପଦା: ୨୪-୦୯-୨୦୨୪: ମୟୂରଭଞ୍ଜ ପ୍ରଶାସନ ଦ୍ୱାରା ବାରିପଦାର ଛଉ ପଡିଆ ଠାରେ ମଙ୍ଗଳବାର ଦିନ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳା ତୃତୀୟ ତଥା ମେଳା ଉଦଯାପନୀ ସନ୍ଧ୍ୟା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ, ଚିରାଗଦୀପ ପଣ୍ଡା, ବୈଭବ ପୃଷ୍ଟି, ଶୀତଲ କବି, ସିମରନ ଦାସ ଓ ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ଟିମ ବାରିପଦା ଆସି ଦର୍ଶକ ମାନଙ୍କ ମନ ଜିଣି ପାରିଛନ୍ତି । ରାଜ୍ୟ ସରକାରଙ୍କ ୧୦୦ ଦିନ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆୟୋଜିତ ଏହି ବିକାଶ ମେଳାରେ ୫୦ଟି ସରକାରୀ ବିକାଶମୁଖୀ ଯୋଜନା ସମ୍ବନ୍ଧୀୟ ପ୍ରଦର୍ଶନୀ ତଥା ଓର୍ମାସ ଷ୍ଟଲରେ ଗହଳି ଲାଗି ରହି ଥିବା ବେଳେ ସମସ୍ତ ଦର୍ଶକ ମାନେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ଗୀତର ଆସରରେ ଅମୋଦିତ ହୋଇଥିଲେ। ବିଭିନ୍ନ ଆଧୁନିକ ଏବଂ ସୁଗମ ସଂଗୀତ ସହିତ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ। ଏହି ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ତଥା ଓଡ଼ିଆ ସଂଗୀତ ଦୁନିଆର ଅନ୍ୟତମ ଯୁବ ପ୍ରତିଭା ମଣ୍ଟୁ ଛୁରିଆ ସ୍ୱରଚିତ ସଂଗୀତ ଏବଂ ଅନ୍ୟାନ୍ୟ ସଂଗୀତ ସହିତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ତିନିଦିନ ବ୍ୟାପି କାର୍ଯ୍ୟକ୍ରମର ଯବନିକା ପଡିଥିଲା ଧନ୍ୟବାଦ ଅର୍ପଣ ସହିତ। ଜିଲ୍ଲା ପ୍ରଶାସନ ସମସ୍ତ ମୟୂରଭଞ୍ଜ ବାସୀଙ୍କୁ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବାହୁତ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ସୂଚନା ପ୍ରାପ୍ତ।
What's Your Reaction?






