।। ମୋକା ବାଢ଼ର ଘାସ ବାଛିବାକୁ ଯାଇ ବିଦ୍ୟୁତ୍ ଖୁଣ୍ଟ ଆର୍ଥିଂ ତାର ଲାଗି ପ୍ରାଣ ହାରିଲେ ୫୫ ବର୍ଷୀୟ ସଦା ଝୋଡ଼ିଆ ।।

Sep 4, 2024 - 21:19
 0  51
।।  ମୋକା ବାଢ଼ର ଘାସ ବାଛିବାକୁ ଯାଇ ବିଦ୍ୟୁତ୍ ଖୁଣ୍ଟ ଆର୍ଥିଂ ତାର ଲାଗି ପ୍ରାଣ ହାରିଲେ ୫୫ ବର୍ଷୀୟ ସଦା ଝୋଡ଼ିଆ ।।

ମୋକା ଗଛରେ ଘାସ ସଫା କରିବାକୁ ଯାଇ କରେଣ୍ଟ ଖୁଣ୍ଟର ଆର୍ଥିଙ୍ଗ ତାର ଲାଗି ୫୫ ବର୍ଷୀୟ ବୃଦ୍ଧା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଟାଟା ପାୱାର ର ଅବହେଳା ବା ମନ ମାନି ଯୋଗୁଁ ଏହି ଘଟଣା ଟି ଘଟିଥିବା ନେଇ ପରିବାର ଲୋକେ ଅଣ୍ଡିରାକଞ୍ଚ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଟି ଘଟିଛି । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ କୋଡ଼ିପାରି ପଞ୍ଚାୟତ ଶିଳାଫାସ ଗ୍ରାମରେ, ସଦା ଝୋଡ଼ିଆ ସକାଳ ପ୍ରାୟ ସାଢେ ଦଶଟା ବେଳେ ଘରୁରୁ ନିଜ ମକା ବାଢ଼କୁ ଯାଇ କାମ କରୁଥିବା ସମୟ ରେ କରେଣ୍ଟ ଖୁଣ୍ଟ ରେ ଥିବା ଆର୍ଥିଙ୍ଗ ତାର ଲାଗି ତାଙ୍କର ମୃତ୍ୟୁ ହୋଇଛି। ପରିବାର ଲୋକେ ଖବର ପାଇ ଅଣ୍ଡିରାକଞ୍ଚ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଥାନା ଆଇ.ଆଇ.ସି ଅଶ୍ୱିନ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାଶିପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇ ଥିଲେ । ସେଠାରେ ପରିବାର ଲୋକେ ସ୍ବାସ୍ଥ୍ୟ କେନ୍ଦ୍ର ବାହାରେ ଶବ ଯୋଗିରହିଛନ୍ତି। କାଶିପୁର ମେଡ଼ିକାଲ ଇନ୍ ଚାର୍ଜ ନେତ୍ରା ନନ୍ଦ ନାୟକ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ସୁଧା ଫୋନ୍ ଉଠାଇ ନ ଥିଲେ। ଅଣ୍ଡୋରାକଞ୍ଚ ଆଇ.ଆଇ.ସି ଙ୍କୁ ଯୋଗାଯୋଗ କଲା ପରେ ସେ ବ୍ୟବଛେଦ ପାଇଁ ଡକ୍ଟର ନ ଥିବାରୁ କାଲି ସକାଳେ ଶବ ବ୍ୟବଚ୍ଛେଦ କରାଯିବ ଓ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି। ସୂଚନା ଥାଉ କି ଆଜି ଅପରାହ୍ନ ତିନିଟା ସମୟରେ ଆଣିଥିବା ଓ ଶବ କାହିଁ ଷ୍ମକି ବ୍ୟବଛେଦ ହେଇନାହିଁ ତାହା ଏକ ଅଞ୍ଚଳ ବାସୀଙ୍କ ମନରେ ବଡ ପ୍ରଶ୍ନବାଚୀ ହୋଇଯାଇଛି।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ