।। ମୁନିଗୁଡ଼ା ମହା ଲକ୍ଷ୍ମୀ ପୂଜାରେ ଲୋକଙ୍କୁ ଆକର୍ଷିତ କରୁଛି ମିନା ବଜାର ସହ ଅପେରା ଓ ରାଜ ପ୍ରାସାଦ ।।

Dec 23, 2023 - 11:42
 0  241
।। ମୁନିଗୁଡ଼ା ମହା ଲକ୍ଷ୍ମୀ ପୂଜାରେ ଲୋକଙ୍କୁ ଆକର୍ଷିତ କରୁଛି ମିନା ବଜାର ସହ ଅପେରା ଓ ରାଜ ପ୍ରାସାଦ ।।

ମନିଗୁଡା, ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ପାଇକସାହି ସ୍ଥିତ ପଡିଆ ଠାରେ 36 ତମ ମା ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ । ମୁନିଗୁଡ଼ା ବିଜୁ ପଟ୍ଟନାୟ ଯୁଵ ସାଂସଦ ଆନୁକୁଲ୍ୟରେ ପ୍ରତିବର୍ଷ ଭଲି ଚଳିତ ବର୍ଷରେ ମଧ୍ୟ ଅନୁଷ୍ଠିତ ହେଉଥିବା ସଂଘର ସଭାପତି ଚକ୍ରପାଣି ମାର୍ଥା, ଶ୍ରୀ ସଂମ୍ପାଦକ ପୂନ୍ନ ଚନ୍ଦ୍ର ଗୈଡ ପ୍ରତି ବର୍ଷ ପରି ଚଳିତ ବର୍ଷ ଭିନ୍ନ ଏକ ପ୍ରୟାସ ନେଇ ମା ମହାଲକ୍ଷ୍ମୀ ଗଣେଶ ସରସ୍ଵତୀ ଵହୁ ସୁନ୍ଦର ଭାବରେ ପୂଜା ମଣ୍ଡପରେ ଆବିର୍ଭାବ ଭାଵ ହୋଇ ପୂଜା ପାଉଛନ୍ତି ।ମା ମହାଲକ୍ଷ୍ମୀ ପୁଜା ମଣ୍ଡପରେ ପୁଜା ସ୍ଥାପନ କରି ପ୍ରତିଦିନ ସନ୍ଧ୍ୟାରେ ଧୂପ ଦୀପ ଆଳତି ଦେଇ ପୁରୋହିତ ମାନେ ଓ ଶ୍ରଦ୍ଧାଳୁମାନେ ଦେଉଥିବା ନେଇ ଦେଖିବାକୁ ମିଳୁଛି ମା ମହାଲକ୍ଷ୍ମୀ ନିର୍ଦ୍ଦେଶରେ ନିର୍ମାତା ହସ୍ତନୀପୂର ରାଜ ପ୍ରସାଦ ତୋରଣ ସାଙ୍ଗକୁ ମହାଭାରତ ନଅଟି ସ୍ଵମୃତ୍ତିକୁ ଆଧାର କରି ନିର୍ମିତ ହୋଇଥିବା ମୃତ୍ତିକା ଦେଖିବାକୁ ଲୋକଙ୍କୁ ଆକୃଷ୍ଟ ତା ସହିତ ଭିଡ ଜମିବାରେ ଦେଖିବାକୁ ମିଳିଛି ଏହି ପୂଜା ସଂଘର ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ସୁଚାରୁ ରୂପେ ପରିଚାଳନା କରି ଆସୁଥିଵା ମା ମହାଲକ୍ଷ୍ମୀ ପୂଜା କମିଟି ର ସଭାପତି ପୂନ୍ନ ଚନ୍ଦ୍ର ଗୈଡ ମତ ପ୍ରକାଶ କରିଛନ୍ତିି।ଏଥି ପ୍ରତି ପାଇକସାହି ର ବୁଦ୍ଧି ଜୀବୀ ଓ ସମସ୍ତ ଵାପା ମା ଭାଇ ଭଉଣୀ ଆବାଳବୃଦ୍ଧବନିତା ମାନେ ସହଯୋଗ କରି ଆସୁଛନ୍ତି। ସେହିଭଳି ମିନା ଵଜାର ସହ ଓଡିଶା ଅପେରା ବିଭିନ୍ନ ପ୍ରକାରର ଦୋକାନ ଵଜାର ଓ ରାମ ଦୋଳି ଡିସ୍କୋ ରେଳ ଗାଡି ଦେଖିବାକୁ ମିଳିଥିବାବେଳେ ବିଭିନ୍ନ ପ୍ରକାର ଦୋକାନ ବଜାର ବାହାରୁ ଆସୁଥିବାରୁ ନୂତନ ନୂତନ ଘର ଚଳଣି ମନପସନ୍ଧ ସାମଗ୍ରୀ ମଧ୍ୟ ଆସିଥିବା ‌ବେଳେ ମହିଳା ମାନେ ଉତ୍ସାହର ସହ ନିଜ ନିଜ ଛୁଆ ପିଲା କୁ ଧରି ଆସି ମନପସନ୍ଧ ଜିନିଷ ପତ୍ର କିଣାକିଣି କରୁଥିବା ଦେଖିବାକୁ ମିଳିଛି। ମହାଲକ୍ଷ୍ମୀ ପୁଜାର ସଭାପତି ଶ୍ରୀ ପୂନ୍ନ ଚନ୍ଦ୍ର ଗୈଡ, ଉପସଭାପତି ସମ୍ଭାରୁ କୁମୁରୁକା, ସମ୍ପାଦକ ରମାକାନ୍ତ ମାର୍ଥା, ସହ ସମ୍ପାଦକ ଚନ୍ଦନ କୁମାର ସାହୁ, କୋଷାଧ୍ୟକ୍ଷ ଅଜିତ କୁମାର ନାୟକ, ପ୍ରମୁଖ ଦାୟିତ୍ଵରେ ରହିଛନ୍ତି । ସେହିଭଳି ଚନ୍ଦନ ଦାସ, ମୁକେଶ ମହାରଣା,ଵାଵୁ ପଟ୍ଟନାୟକ,ଵାଲାଜି ଦାସ୍, କେଦାର ନାୟକ,ମୁନା ଖାଁନ, ନନ୍ଦ କିଶୋର ପଟ୍ଟନାୟକ, ରାଜେଶ ମହାରଣା, ଓମ୍ ପ୍ରକାଶ ପାତ୍ର ସହଯୋଗ କରୁଛନ୍ତି। ମା ମହାଲକ୍ଷ୍ମୀ ପୂଜା 14 ତାରିଖ ରୁ 24 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂଜା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଗୈଡ ଙ୍କ ତରଫରୁ ଜଣାଯାଇଛି ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ