ମୁଣ୍ଡା ସ୍ଵଶାସନ ବ୍ୟବସ୍ଥା ଚୟନ ଶିବିର

Nov 16, 2024 - 12:09
 0  28
ମୁଣ୍ଡା ସ୍ଵଶାସନ ବ୍ୟବସ୍ଥା ଚୟନ ଶିବିର

ମୟୂରଭଞ୍ଜ ଜିଲ୍ଲା କୋଳିଅଣା ବ୍ଲକ୍ ଅନ୍ତର୍ଗତ କେଉଁଟୁଣିମାରୀ ଗ୍ରାମପଞ୍ଚାୟତ ଅଧିନସ୍ଥ ସାନ ନୂଆଗାଁ (ନଧବଣୀ, କେଉଁଟୁଣିମାରୀ) ଗ୍ରାମରେ ମୁଣ୍ଡା ସ୍ଵଶାସନ ବ୍ୟବସ୍ଥା ଚୟନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ମୁଣ୍ଡା ଶାସନ ଗୁଟଗାମ ଜିଲ୍ଲା ଆବାହକ ଶ୍ରୀ ମନୋରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ପ୍ରଦୀପ କୁମାର ସିଂ ଚାନ୍ଦୁଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ, ସମାଜ ସେବୀ ସୁନ୍ଦର ମୋହନ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ମୁଣ୍ଡା ସ୍ଵଶାସନ ବ୍ୟବସ୍ଥାର ମୁଣ୍ଡା ପଦ ପାଇଁ ସୁଶାନ୍ତ କୁମାର ସିଂ(ନାପାଳା), ପାଣ୍ଡେ ପଦ ପାଇଁ ବାଇଧର ସିଂ(ବିରଗାମ୍), ଡାକୁଆ ପଦ ପାଇଁ ଚୈତନ୍ୟ ପ୍ରସାଦ ସିଂ(ଇଲୁ), ଦେହୁରୀ ପଦ ପାଇଁ ଯଥାକ୍ରମେ ଗୌରହରି ସିଂ(ସାନନୁଆଗାଁ), ନବୀନ ସିଂ(ନୋଧବଣୀ), ସମା ସିଂ(କେଉଁଟୁଣିମାରୀ)ଙ୍କୁ ମନୋନୀତ କରାଯାଇଥିଲା। ତୃଣମୂଳ ସ୍ତରରେ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କୁ ସଚେତନ କରିବା ସହିତ ପରାମର୍ଶ ଦେବେ, ମୁଣ୍ଡାରୀ ବାନି ଲିପିର ବହୁଳ ପ୍ରଚାର ପ୍ରସାର ଦିଗରେ ଯତ୍ନବାନ ହେବେ। ଶେଷରେ ବୁଧୁରାମ ସିଂ(ଇଲୁ) ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ