ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ପାଇଲା ଭିନ୍ନକ୍ଷମ ବାଳକ

Sep 11, 2025 - 21:14
 0  10
ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ପାଇଲା ଭିନ୍ନକ୍ଷମ ବାଳକ

ନୂଆପଡ଼ା : ନୂଆପଡା ଜିଲ୍ଲା କୋମନା ବ୍ଲକ, ଢୋର୍ଲିମୁଣ୍ଡା ପଞ୍ଚାୟତ ଛତା ଗାଁର ପନ୍ଦର ବର୍ଷର ବାଳକ କୁମର ଜଗତ l ସ୍ଥାନୀୟ ଛତା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲା l ତା ବାପା ପର୍ଶୁ ଜଗତ୍ ଜଣେ ଗରିବ ଶ୍ରେଣୀର ଦିନ ମଜୁରୀଆ ଲୋକ l ହଠାତ୍ ପୁଅକୁ ମାଂସପେଶୀ ସଙ୍କୋଚନ ଜନିତ ଏକ ଦୁରାରୋଗ୍ୟ ବ୍ୟାଧି ଗ୍ରାସ କଲା l ଏଥିରେ ବହୁତ ହଇରାଣ ହେଲେ ପରିବାର l ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରି ମଧ୍ୟ କିଛି ସୁଫଳ ନମିଳିବାରୁ କୁମର ଏବେ ଶଯ୍ୟାଶାୟୀ ହୋଇ ପଡ଼ିଛି l ପରିବାର ଚଳିବା ପାଇଁ ବାପର ଦୈନିକ ମଜୁରୀ ଛଡ଼ା ଅନ୍ୟ ସୁବିଧା ନଥିଲା l କିନ୍ତୁ ଅଚଳ ହୋଇ ପଡିଥିବା ପୁଅକୁ ଶୌଚ, ଗାଧୋଇବା ଇତ୍ୟାଦି କାମ କରିବାକୁ ପଡୁଥିବାରୁ ବାପା କାମକୁ ଯାଇ ପାରୁ ନଥିଲେ l ପରିବାର କେବେ କେବେ ଭୋକ ରେ ରହି ଯାଉଥିଲେ l ଏ ବିଷୟ ସେ ଜିଲ୍ଲାପାଳଙ୍କୁ ଜଣାଇବାରୁ ଜିଲ୍ଲାପାଳ ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ପିଲାର ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଆବେଦନ ପାଇଁ ସୁପାରିଶ କରି ଦେଇଥିଲେ l ଏହି ସୁପାରିଶ ବଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅସହାୟ ପରିବାରକୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ l ଆଜି ଏହି ସହାୟତା ରାଶିର ଚେକ୍ ଜିଲ୍ଲାପାଳ ପର୍ଶୁ ଜଗତ ଙ୍କୁ ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କ ଏହି ସମୟୋଚିତ ଉଚିତ୍ ପଦକ୍ଷେପ ଏକ ଅସହାୟ ଭିନ୍ନକ୍ଷମ ବାଳକକୁ ଚିକିତ୍ସା ସହାୟତା ଯୋଗାଇବା ସହିତ ଏହାର ପରିବାରକୁ କ୍ଷୁଧା ଏବଂ ବିବଶତା ରୁ ରକ୍ଷା କରି ଥିବାରୁ ପର୍ଶୁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି l

 ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ