ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନ୍ତିମ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ବାଜି ମାରିଲା କୋମନା ଫୁଟବଲ୍ କ୍ଳବ୍

Apr 16, 2025 - 22:12
 0  10
ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅନ୍ତିମ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ ବାଜି ମାରିଲା କୋମନା ଫୁଟବଲ୍ କ୍ଳବ୍

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମହକୁମା ରେ ଜିଲ୍ଲା କ୍ରୀଡ଼ା ବିଭାଗ, ଡିଷ୍ଟ୍ରିକ୍ଟ ଫୁଟବଲ୍ ଆସୋସିଏସନ୍, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଆନୂକୁଲ୍ୟରେ ମୁଖ୍ୟ ମନ୍ତ୍ରୀ ଟ୍ରଫି ପାଇଁ ଅଣ୍ଡର 15 ଫୁଟବଲ ଟୁର୍ଣ୍ଣାମେଣ୍ଟ ଏପ୍ରିଲ୍ ୭ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଆଜି ଶେଷ ଦିନରେ ଅନୁଷ୍ଠିତ ଏକ ଅତ୍ୟନ୍ତ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ରେ କୋମନା ଏଫ୍ ସି ବୋଡ଼େନ ଏଫ୍ ସି କୁ ୨/୧ ଗୋଲ୍ ରେ ପରାସ୍ତ କରି ଚମ୍ପିୟାନ ବାଜି ମାରି ନେଇଛି।ଆଜିକାର ଖେଳରେ ମୁଖ୍ୟ ଅତିଥି ରୂପରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ସମ୍ମାନିତ ଅତିଥି ରୂପେ ସେକ୍ରେଟାରୀ ଜିଲ୍ଲା ଫୁଟବଲ୍ ଆସୋସିଏସନ୍ ସରୋଜ କୁମାର ସାହୁ, ମ୍ୟାଚ୍ କମିଶନର ପ୍ରକାଶ କୁମାର ସାହୁ ଯୋଗଦାନ କରିଥିଲେ । ମ୍ୟାଚ୍ ପରିଚାଳନାରେ ହରିହର ସାହୁ, ତାପସ କୁମାର ପତି, ଅମୂଲ୍ୟ ବାରିକ, ବଳରାମ ସରାଫ, ସୌରଭ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।ରାଜେନ୍ଦ୍ର ପ୍ରସାଦ ବଢାଇ ,ଡି ଏସ ଓ ନୂଆପଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ମ୍ୟାଚ୍ ଖେଳା ଯାଇଥିଲା । ଉଭୟ ଦଳକୁ ଅତିଥିଗଣ ଆନ୍ତରିକ ଶୁଭେଚ୍ଛା ଜଣାଇ ସେମାନଙ୍କ କ୍ରୀଡ଼ା ପ୍ରତି ରହିଥିବା ଶୃଙ୍ଖଳା ଓ ସମ୍ମାନକୁ ପ୍ରଶଂସା କରି ଉତ୍ସାହିତ କରିଥିଲେ । ରେଫରି ହିସାବରେ ମୋହନ ମହନ୍ତ ଓ ମହତାବ ଆଡଯୁଆଡ ଖେଳ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ ଟୁର୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ଖେଳାଳି ମାନଙ୍କ ମଧ୍ୟରୁ ବଛା ବଛା ପ୍ରତିଯୋଗୀ ମାନେ ସମ୍ବଲପୁରରେ ଅନୁଷ୍ଠିତ ଜୋନାଲ ମ୍ୟାଚ୍ ରେ ଖେଳିବେ । ସେଠାରୁ ଉତ୍ତୀର୍ଣ୍ଣ ହେଲେ ରାଜ୍ୟ ସ୍ତରରେ ଅନୁଷ୍ଠିତ ମୁଖ୍ୟ ମନ୍ତ୍ରୀ ଟ୍ରଫିରେ ଖେଳିବାକୁ ସୁଯୋଗ ପାଇବେ । ନୂଆପଡା ରେ ଅନୁଷ୍ଠିତ ସମସ୍ତ ମ୍ୟାଚ୍ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସମସ୍ତ ଖେଳାଳି, ସହଯୋଗୀ ଏବଂ ବିଭିନ୍ନ ଦିନର ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ