ମାସା ସଂଘ ପକ୍ଷରୁ ସାନ୍ତାଳୀ ଭାଷା ଦିବସ ପାଳିତ
ରାଇରଙ୍ଗପୁର ୨୨/୧୨ (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ୨୨ ଡ଼ିସେମ୍ବର ୨୦୦୩ ମସିହା ଦିନ ଭାରତ ସରକାରଙ୍କ ଦ୍ବାରା ସାନ୍ତାଳୀ (ଓଲଚିକି) ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଦ୍ଵିତୀୟ ସାନ୍ତାଳୀ ଭାଷାକୁ ଦ୍ବିତୀୟ ରାଜ୍ୟ ଭାଷା ରୂପେ ଅନୁମତି ଦେଇନାହିଁ। ଆଜି ମୟୁରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର ମୁର୍ମୁ ଛକ ଠାରେ ମାସା ସଂଘ ପକ୍ଷ ରୁ ସାନ୍ତାଳୀ ଭାଷା ଦିବସ ପାଳିତ ହୋଇଛି lଏହା ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଲେ l ଦାବି ପତ୍ର ଦର୍ଶାଇଛନ୍ତିl୧- ସାନ୍ତାଳୀ ଭାଷାକୁ ଦ୍ବିତୀୟ ରାଜ୍ୟ ଭାଷା ପ୍ରଦାନ କରାଯାଉ । ୨- ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦ ରେ ସାମିଲ ।୩- ୨୨ ଡିସେମ୍ବର ଭାଷା ଦିବସକୁ ସରକାରୀ ଛୁଟି ଘୋଷଣା କରାଯାଉ।୪- ଲ କେ ଜି ଠାରୁ ପିଜି ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ମାନକୁ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ କରାଯାଉ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0