ମାନ୍ୟବର କ୍ୟାବିନେଟ ମନ୍ତ୍ରୀଙ୍କ ଓ. ଏ. ଭି. ମହୁଲିଆ ଗସ୍ତ

Feb 16, 2025 - 21:27
 0  5
ମାନ୍ୟବର କ୍ୟାବିନେଟ ମନ୍ତ୍ରୀଙ୍କ ଓ. ଏ. ଭି. ମହୁଲିଆ ଗସ୍ତ

୧୬/୨/୨୦୨୫ ରାସଗୋବିନ୍ଦପୁର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହୁଲିଆ, ରାସଗୋବିନ୍ଦପୁର ଗସ୍ତ କରିଥିଲେ। ସର୍ବ ପ୍ରଥମେ ବିଦ୍ୟାଳୟ ଛାତ୍ରୀ ବୃନ୍ଦ ଫୁଲ ଚନ୍ଦନ ଦ୍ଵାରା ସ୍ବାଗତ କରିବା ସହ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ବାସୁଦେବ ଦାସ ଫୁଲ ତୋଡ଼ା ଓ ଉତ୍ତରୀ ଦ୍ଵାରା ସମ୍ମାନିତ କରିଥିଲେ। ବିଦ୍ୟାଳୟ ପରିଦର୍ଶନ ସମୟରେ ମାନ୍ୟବର ମନ୍ତ୍ରୀ ଛାତ୍ରୀ ନିବାସର ଅନ୍ତେବାସୀଙ୍କ ଠାରୁ ସ୍କୁଲର ଶିକ୍ଷଣ କାର୍ଯ୍ୟ ଓ ସରକାରଙ୍କ ବିଭିନ୍ନ ସୁବିଧା ବିଷୟରେ ପଚାରି ବୁଝିଥିଲେ ଓ ଚକଲେଟ୍ ପ୍ରଦାନ କରିଥିଲେ ଏବଂ ଆଶୀର୍ବାଦ ସ୍ୱରୂପ ଦେଶର ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ହେବାକୁ ଆହ୍ବାନ ଦେଇଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟ ଏଵଂ ଛାତ୍ରୀ ମାନଙ୍କ ନିବିଡ଼ ବାର୍ତ୍ତାଳାପ ଏକ ସ୍ନେହମୟ ବାତାବରଣ ସୃଷ୍ଟି କରିଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ଶୈଖିକ କାର୍ଯକ୍ରମ ବାବଦରେ ଆଲାଚନା କରି ଉନ୍ନତିର ଅନେକ ଗୁରୁତ୍ଵପୂର୍ଣ୍ଣ ଦିଗ ଉନ୍ମଚନ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦାସ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ପାଇଁ ମନ୍ତ୍ରୀ ମହୋଦୟଙ୍କୁ ମେମୋରେଣ୍ଡମ୍ ଦ୍ଵାରା ଜଣାଇଥିଲେ ଯେପରି ମେଡିକାଲ ପାଠ୍ୟକ୍ରମ ସିଟ୍ ସଂରକ୍ଷଣ, ଖେଳ ପଡିଆ ପାଇଁ ଭୂମି ପ୍ରଦାନ, ଛାତ୍ରୀ ନିବାସରେ ପ୍ରଶିକ୍ଷକ ନିଯୁକ୍ତି। ତତ୍ ସହିତ ଇଂରାଜୀ ଶିକ୍ଷକ ଶ୍ରୀ ସରୋଜ କୁମାର ଦାଶ ଶିକ୍ଷକ ମାନଙ୍କ ବିଭିନ୍ନ ଦାବି ଯେପରିକି ଏଚ ଆର ଏମ ଏସ ପୋର୍ଟାଲରେ ଦରମା ପ୍ରଦାନ, ସଭିଙ୍କ ସମୟ କାଳୀନ ଏବଂ ଡାଇରେକ୍ଟର ଲେଭେଲ ପର୍ଯ୍ୟନ୍ତ ପ୍ରମୋସନ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନୀୟମିତିକରଣ ଇତ୍ୟାଦି ସମ୍ପର୍କରେ ଜଣାଇଥିଲେ। ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଡକ୍ଟର ମହାପାତ୍ର ବିଦ୍ୟାଳୟର ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ବିଦ୍ୟାଳୟର ଉନ୍ନତି ନିମନ୍ତେ ପୁଙ୍ଖାନୁପୁଙ୍ଖ ଅବଲୋକନ କରି ବିଭିନ୍ନ ମତାମତ ଦେଇଥିଲେ। ଶେଷରେ ମାନ୍ୟବର ମନ୍ତ୍ରୀ ମହୋଦୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କାର୍ଯ୍ୟ ଶୈଳୀରେ ସନ୍ତୁଷ୍ଟି ବ୍ୟକ୍ତ କରି ପୁନର୍ବାର ଗଠାନାତ୍ମକ ପରିଭ୍ରମଣର ପ୍ରତିଶ୍ରୁତି ଦେଇs ବିଦାୟ ନେଇଥିଲେ। ପରିଶେଷରେ ଇଂରାଜୀ ଶିକ୍ଷକ ଶ୍ରୀ ସରୋଜ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟାନ୍ୟ କର୍ମଚାରୀଙ୍କ କାର୍ଯ୍ୟ ଶୈଳୀରେ ସନ୍ତୁଷ୍ଟି ବ୍ୟକ୍ତ କରି ପୁନର୍ବାର ଗଠନାତ୍ମକ ପରିଭ୍ରମଣ ପ୍ରତିଶ୍ରୁତି ଦେଇ ବିଦାୟ ନେଇଥିଲେ। ପରିଶେଷରେ ଇଂରାଜୀ ଶିକ୍ଷକ ଶ୍ରୀ ସରୋଜ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।

ମୟୂରଭଞ୍ଜ, ବାରିପଦାରୁ - ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ