ମାଗଣା ପଇସାରେ ଠିକାକାମ ସମାଜସେବା ନୁହେଁ:ସଦଭାବନା ସମିତିର ୫୨୨ତମ ମାସିକ ସଦ୍ଭାବନା ଦିବସ ପାଳିତ
ବାରିପଦା, (୨୬/୯) ଆଜିକାଲି ଦୁଷ୍ଟ ପଣ୍ଡିତ ଓ ମୁଣ୍ଡ ତଣ୍ଡିପଙ୍କ ପାଇଁ ସମାଜ ପଥଭ୍ରଷ୍ଟ। ଈଶ୍ୱରଙ୍କ ଇଚ୍ଛାରେ ମିଛ କହିଲେ ଯଦି ଜ୍ୱର ହୁଅନ୍ତା, ଚୋରି କଲେ ହାତ ଥରନ୍ତା, କାହାକୁ ଈର୍ଷା କଲେ ଜଣେ ମୂକ ହୋଇଯାଆନ୍ତା, ତେବେ ଉଜୁଡ଼ି ଯାଉଥିବା ସମାଜ ସଜାଡ଼ି ହୋଇଯାଆନ୍ତା। ସ୍ଥାନୀୟ ରୋଟାରୀ ଭବନଠାରେ ସଦ୍ଭାବନା ସମିତିର ୫୨୨ତମ ମାସିକ ସଦ୍ଭାବନା ଦିବସ କୋଷାଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଏ ମାସରେ ଭୂମିଷ୍ଠ ସ୍ୱାମୀ ଶିବାନନ୍ଦ, ଠାକୁର ଅନୁକୂଳଚନ୍ଦ୍ର ଓ ସ୍ବାମୀ ଚିଦାନନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ଅବସରରେ ବକ୍ତାମାନେ ମତ ରଖି କହିଥିଲେ ଯେ, ସଂଯୋଗର ସେତୁ ତୁଳନାରେ ଆଜିକାଲି ବିଭାଜନର କାନ୍ଥ ନିର୍ମାଣ କରାଯାଉଛି। ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ବକ୍ତବ୍ୟ ରଖି କହିଥିଲେ— "ଏବେ ମାୟା ଭ୍ରମିତ ଅର୍ଥ ସର୍ବସ୍ୱ ଲୋକେ ନିଜର ଦୋଷ ଢାଙ୍କିବାକୁ ବିଭିନ୍ନ ସଂଗଠନ ମାଧ୍ୟମରେ ପତ୍ର-ପତ୍ରିକାରେ ପ୍ରକାଶିତ ହେବାକୁ ପସନ୍ଦ କରୁଛନ୍ତି।" ଏହି ସଭାରେ ମୁଖ୍ୟଅତିଥି ଭାବେ ବାରିପଦା ସ୍ନାତ୍ତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ପ୍ରବୋଧ ଦେ, ଚକ ବନ୍ଦୋବସ୍ତ ଅଧିକାରୀ ରାଖାଲ ଚନ୍ଦ୍ର ପରିଡା, ଡ ବିଜୟ କୁମାର ଅଗ୍ରଓ୍ବାଲ, ପ୍ରାଧ୍ୟାପକ ରାଜେନ୍ଦ୍ର କୁମାର ସାମଲ, ଡ ଝରଣାରାଣୀ ବେହେରା, ପଦ୍ମନାଭ ସାହୁ, ନରସିଂହ ବାରିକ, କୈବଲ୍ୟ ପ୍ରସାଦ ମହାପାତ୍ର, ଭାଗ୍ୟଧର ନନ୍ଦ ଓ ଅଶୋକ କୁମାର ପଲେଇ ପ୍ରମୁଖ ଉପସ୍ଥିତ ରହି "ମାଗଣା ପଇସାରେ ଠିକାକାମ ସମାଜସେବା ନୁହେଁ" ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଏବଂ ସଦସ୍ୟ ଦାମଦୋର ପତି ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଅକ୍ଟୋବର ୯ ତାରିଖରେ ହେବାକୁ ଥିବା ଗୋପବନ୍ଧୁ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0