ସିନ୍ଧେକେଲା ମାଁ ଦ୍ୱାରସେନି ଙ୍କ ମୁକୁଟ ଚୋରି ଘଟଣା କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସାମ୍ବାଦିକ ସମ୍ମିଳନୀ l
ରିପୋର୍ଟ :ଫାଷ୍ଟ ନ୍ୟୁଜ ଓଡିଶା ସତ୍ୟଜିତ ଷଡ଼ଙ୍ଗୀ, ଟିଟିଲାଗଡ଼, ବଲାଙ୍ଗୀର, ଟିଟିଲାଗଡ଼ :-୧୨/୯/୨୬ ସିନ୍ଧେକେଲା ମାଁ ଦ୍ୱାରସେନି ମନ୍ଦିରରୁ ଗତମାସ ସୁନା ଅଳଙ୍କାର ଓ ମୁକୁଟ ଚୋରି ହୋଇଥିଲା l ଏନେଇ ଆଦିବାସୀ ମାନେ ଥାନା ଘେରାଓ କରିଥିଲେ l ପୋଲିସ ତପ୍ତରତା ଦେଖାଇ ଚୋର ମାନଙ୍କୁ ଧରି ସୁନା, ରୁପା ଅଳଙ୍କାର ଉଦ୍ଧାର କରିଥିଲା l କିନ୍ତୁ ମାଁ ଙ୍କର ଅରଜିନାଲ ସୁନା ରୁପା ଖଞ୍ଜିତ ମୁକୁଟ ଏବଂ ଅଳଙ୍କାର ମିଳିନାହିଁ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଅଭିଯୋଗକରି ୧୧ତାରିଖ ଶୁକ୍ରବାର ଦିନ ଟିଟିଲାଗଡ଼ ଆଦିବାସୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ l ମା ଙ୍କ ଦେହରେ ଅନ୍ୟଲୋକର ବ୍ୟବହୃତ ଅଳଙ୍କାର କିପରି ଭାବରେ ବ୍ୟବହାର କରାଯିବ? ପୂର୍ବରୁ ଯେଉଁ ଅଳଙ୍କାର ଓ ମୁକୁଟ ଲାଗିଥିଲା ସେହି ଅଳଙ୍କାର ଉଦ୍ଧାର କରାଯାଉ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଟିଟିଲାଗଡ଼ ଶାଖା ସଭାପତି ଶ୍ରୀ ପଦ୍ମନ ପ୍ରଧାନୀ ଦାବୀ କରିଛନ୍ତି l ପୋଲିସ ଚୋରି ଅଳଙ୍କାର ବହୁତ ଗୁଡିଏ ଉଦ୍ଧାର କରିଛନ୍ତି ସତ କିନ୍ତୁ ଉଦ୍ଧାର ହୋଇଥିବା ଅଳଙ୍କାର ମା ଙ୍କର ନୁହେଁ ବୋଲି ଅଭିଯୋଗ କରିଛନ୍ତି l ପାଟଣା ରାଜା ମା ଙ୍କୁ ପିନ୍ଧେଇଥିବା ସୁନା ରୁପା ଖଞ୍ଜିତ ତିନୋଟି ମୁକୁଟ ନାହିଁ l ତେଣୁ ପୋଲିସ ପ୍ରଶାସନ ତପ୍ତରତା ସହିତ ମାଁ ଙ୍କର ଅରଜିନାଲ ମୁକୁଟ ଓ ଅଳଙ୍କାର ଉଦ୍ଧାର କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଦାବୀ କରିଛନ୍ତି l ଯଦି ଅରଜିନାଲ ଅଳଙ୍କାର ଓ ମୁକୁଟ ଉଦ୍ଧାର ନହେଲେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ରାଜରାସ୍ତା କୁ ଓହ୍ଲେଇବ ବୋଲି ଚେତାବନୀ ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଶ୍ରୀ ମନୋରଞ୍ଜନ ଭୋଇ, ମୁରିବାହାଲ ବ୍ଲକ ସଭାପତି ଶ୍ରୀ ରାଜୀବ କୁଅଁର,ଜିଲ୍ଲା ସଂଗଠକ ଶ୍ରୀ ଥବୀର ପୁଝାରୀ, ଟିଟିଲାଗଡ଼ ନଗର ସଭାପତି ଶ୍ରୀ ନିତ୍ୟାନନ୍ଦ ମାଝୀ,ଉପଦେଷ୍ଟା ଦେବସିଂ ମାଝୀ, ସିନ୍ଧେକେଲା ମା ଦ୍ୱାରସେନି ଙ୍କ ସେବାୟତ ଶ୍ରୀ ଲଏକର ଛତ୍ରିଆ, ଅଚ୍ୟୁତ ଭୋଇ ସମୂହ ଉପସ୍ଥିତ ଥିଲେ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0