କାମ ନକରି ହଡ଼ପ ହୋଇଛି ସରକାରୀ ଅର୍ଥ ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

Sep 11, 2026 - 06:30
 0  3
କାମ ନକରି ହଡ଼ପ ହୋଇଛି ସରକାରୀ ଅର୍ଥ  ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

ବାରିପଦା ତା 10/9 ଗ୍ରାମାଞ୍ଚଳ ବିକାଶ ପାଇଁ ଆସୁଥିବା ସରକାରୀ ଅନୁଦାନର ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି. ଅଭିଯୋଗ ଅନୁଯାୟୀ, ୧୫ଶ ଆର୍ଥିକ ଆୟୋଗ ଏବଂ ଜିପିଡିପି ଆନୁଆଲ ଏକ୍ସନ ପ୍ଲାନ 2025-26 ଅଧୀନରେ ବାରିପଦା ବ୍ଲକ ଅନ୍ତର୍ଗତ ହାତୀକୋଟ ଗ୍ରାମପଞ୍ଚାୟତର ଭାସ୍କର ସିଂ (ହାତିକୋଟ), ଲୋକନାଥ (ହାତିକୋଟ), ମାରୱାଡ଼ି (ଭାଦୁଶୋଳ), ଦୁର୍ଗା ଚରଣ ବାସ୍କେ (ଜାମଦାପାଳ) ଓ ବିକ୍ରମ (ବତାକୋଟା)ଙ୍କ ଘର ନିକଟରେ ମୋଟ 5ଟି କୂଅ ଚାନ୍ଦିନୀ ନିର୍ମାଣ ପାଇଁ ପ୍ରତ୍ୟେକ କୂଅ ଚାନ୍ଦିନୀ ପାଇଁ ୪୦ହଜାର ଟଙ୍କା ଲେଖାଏଁ ମୋଟ 2ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର ହୋଇଥିଲା. ତେବେ ଦାୟିତ୍ୱରେ ଥିବା ବ୍ଲକ, ଗ୍ରାମପଞ୍ଚାୟତ ଅଧିକାରୀ ଏବଂ ଭେଣ୍ଡର ମିଶି ମୋଟ 5ଟି କୂଅ ଚାନ୍ଦିନୀ ମଧ୍ୟରୁ ଜାମଦାପାଳ ଏବଂ ବତାକଟା ଗ୍ରାମରେ କୂଅ ଚାନ୍ଦିନୀ ଆଦୌ ନିର୍ମାଣ କରାନଯାଇ ଗତ 2025 ମସିହା ଅକ୍ଟୋବର ମାସରେ ବିଲ ଉଠାଇ ନିଆଯାଇଥିବାର ଅଭିଯୋଗ କରାଯାଇଛି. ଏବାବଦରେ ଗ୍ରାମବାସୀ ମାନେ ଗତ ଜୁଲାଇ ମାସରୁ ଜିଲ୍ଲା ପାଳଙ୍କ ନିକଟରେ ସବିଶେଷ ପ୍ରମାଣ ସହ ଅଭିଯୋଗ ଦଖଲ କରିଥିଲେ ମଧ୍ୟ ଅର୍ଥ ହଡ଼ପ ଘଟଣାରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀ ତଥା ଭେଣ୍ଡରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି. ତେବେ 2025 ମସିହା ଅକ୍ଟୋବର ମାସରୁ ବିଲ ଉଠାଇ ସାରିଥିଲେ ମଧ୍ୟ ଆଜି କୂଅ ଚାନ୍ଦିନୀ ନିର୍ମାଣ ପାଇଁ ବାଲି ପକାଇ କାମ କରିବାକୁ ଯାଉଥିବା ବେଳେ, ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ କାମ ବନ୍ଦ କରିବା ସହ ପ୍ରଥମେ ଦୁର୍ନୀତି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ନିର୍ଦ୍ଦିଷ୍ଟ ଭେଣ୍ଡର ପାତ୍ର ସପ୍ଲାୟାର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବେଆଇନ ଭାବେ ଉଠାଯାଇଥିବା ଅର୍ଥ ଫେରସ୍ତ କରିବାକୁ ଗ୍ରାମବାସୀ ବଗଦା ମାରାଣ୍ଡି, ଚୈତନ ମାରାଣ୍ଡି, ଦିମା ମାରାଣ୍ଡି, ଅଜୟ ଘୋଷ, ସଂଜୀବ ଘୋଷ, ବସନ୍ତ ପ୍ରଧାନ, ରୁହ୍ୟା ମାରାଣ୍ଡି, କାଦୁ ମାରାଣ୍ଡି, ଥିବୁ ମାରାଣ୍ଡି, ତପନ ମାରାଣ୍ଡି, ଶ୍ରୀମାତ ମାରାଣ୍ଡି, ପିଥ ହାଁସଦା, କାଳିଆ ବାସ୍କେ, କାହ୍ନା ହାଁସଦା, ଲକ୍ଷ୍ମଣ ହାଁସଦା, ଶ୍ୟାମ ବାସ୍କେ, ବାସୁ ହାଁସଦା ପ୍ରମୁଖ ଦାବି କରିଛନ୍ତି. ତେବେ ଅଭିଯୋଗ ବାବଦରେ ବାରିପଦା ବ୍ଲକ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ସେ ଘଟଣା ବିଷୟରେ ଆଜି ଜାଣିବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ତଦନ୍ତରେ ତୃଟି ଜଣାପଡିଲେ ଦୋଷୀ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ