କନ୍ଧମାଳ : ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଆଦିବାସୀ ନେତା ଜନ୍ମେଜୟ ମଲିକ ଙ୍କ ପରଲୋକ
କନ୍ଧମାଳ ଜିଲ୍ଲା ର କୁଇ ସମାଜ ସେବାସମିତି ର ସଭାପତି ଉଗ୍ରସନ ମଲିକ ଙ୍କର ଜେଷ୍ଟ ପୁତ୍ର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଆଦିବାସୀ ନେତା ଶ୍ରୀ ଜନ୍ମେଜୟ ମଲିକ ଗାଧେଇବା ଘରେ ପଡିଯାଇଛି ଥିଲେ l ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ସ୍ତିତ ଉତ୍କଳ ହସ୍ପିଟାଲ କୁ ନେଇଥିଲେ l ସେଠାରେ ଚିକିତ୍ସା ହେଉଥିବା ଅବସ୍ତା ରେ ତାଙ୍କର ମୃତ୍ୟୁ ହେଇଥିବା ଡକ୍ଟର୍ ଘୋଷଣା କରିବା ପରେ ପରିବାର ଲୋକେ ଭାଙ୍ଗିପଡ଼ିଥିଲେ l ତାଙ୍କର ଜନ୍ମ ଗତ ତା : 04/03/1945 ରେ ହେଇଥିବା ବେଳେ ଚଳିତ ବର୍ଷ ତା : 24/09/2026 ରିଖରେ ଇହ ଧାମ ତ୍ୟାଗ କରିଛନ୍ତି l ଶ୍ରୀ ମଲ୍ଲିକ ଙ୍କର ଶେଷ ଇଚ୍ଛା ରକ୍ଷାକରି ପୁରୀ ସ୍ୱର୍ଗଧାମରେ ଅନ୍ତ୍ୟଷ୍ଟି କ୍ରିୟା ସମାପନ କରିଥିଲେ ପତ୍ନୀ ଙ୍କ ସହିତ ତିନି ଝିଅ ଜୈଇଁ, ଭଣଜା ଭାଣିଞ୍ଜି ଏବଂ ବନ୍ଧୁ ବାନ୍ଧବ ସହ ପରିବାର ବର୍ଗ ସମସ୍ତ କାର୍ଯ୍ୟ ସମାପ୍ତ କରି ନିଜ ବାସଭଵନ କୁ ଫେରିଥିବା ସୂଚନା ଦେଇଛନ୍ତି ପରିବାର ଲୋକେ l ଶ୍ରୀ ମଲ୍ଲିକ ଜଣେ ନିଷ୍ଠାପର, ପର ଉପକାରୀ ମଣିଷ ଟେ ଥିଲେ l ସେହିପରି ତାଙ୍କ ଧର୍ମ ପତ୍ନୀ ଶକୁନ୍ତଳା ମଲ୍ଲିକ ମଧ୍ୟ ପୂର୍ବତନ ସଭାପତି କନ୍ଧମାଳ ଜିଲ୍ଲା ପରିଷଦ ଥିଲେ l ଏଭଳି ଦୁଃଖ ଦାୟକ ଖବର ଶୁଣି ଜିଲ୍ଲାରେ ଏବଂ ତାଙ୍କ ଗ୍ରାମ ବାସୀଙ୍କ ମନରେ ଦୁଃଖର ଲୁହ ଖେଳି ଯାଉଛି l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0