।। ମାଇନିଙ୍ଗ ଅଧିକାରୀଙ୍କୁ ଅଟକ ରଖିଲେ ମାଫିଆ ।।

Jun 30, 2024 - 16:24
 0  16
।।  ମାଇନିଙ୍ଗ ଅଧିକାରୀଙ୍କୁ ଅଟକ ରଖିଲେ ମାଫିଆ ।।

ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ,ମାଡି ବସିଲା ମାଇନିଂ ବିଭାଗ। ଆଉ କରିଲା ମୋଟା ଅଙ୍କର ଫାଇନ। ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗ ଗାଡି ଏବଂ ଅଧିକାରୀ ରଖିଲେ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ବିଶୋଳ ଛକରେ। ଆଜି ସକାଳୁ ମାଇନିଂ ବିଭାଗର ମୟୁରଭଞ୍ଜ ଡେପୁଟି ଡାଇରେକ୍ଟ ଏବଂ ମାଇନିଂ ଅଧିକାରୀ ମିଳିତ ଭାବେ କପ୍ତିପଦା ଥାନା ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୩ ଗୋଟି ବେଆଇନ ଚୋରା ବାଲି ଚାଲାଣ ହେଉଥିବା ଟ୍ରାକ୍ଟର ଧରିବା ସହିତ ସେମାନଙ୍କୁ ଫାଇନ କରିଥିଲେ। ଫାଇନ କରିବା ପରେ ମାଇନିଂ ଅଧିକାରୀ ଅନ୍ୟ ଅଞ୍ଚଳକୁ ଯାଉଥିବା ବେଳେ ବଡ଼ବିଶୋଳ ଛକ ନିକଟରେ ଗାଡି ସହିତ ଅଧିକାରୀ ଙ୍କୁ ଅଟକ ରଖିଥିଲେ ଫାଇନ ଦେଇଥିବା ଟ୍ରାକ୍ଟର ମାଲିକ ବା ମାଫିଆମାନେ। ଦୀର୍ଘ ୧ ଘଣ୍ଟାରୁ ଅଧିକ ହେବ ଅଧିକାରୀଙ୍କ ଗାଡି କୁ ଅଟକ ରଖିଥିବା ବେଳେ ମୋଟା ଅଙ୍କର ଫାଇନ କଣ ପାଇଁ କରାଯାଉଛି ତାହାକୁ ନେଇ ଘେରିଛନ୍ତି ମାଫିଆ, ତତସହିତ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା ଏବେ ବି ଅଧିକାରୀମାନେ ଅଟକ ରହିଛନ୍ତି।

 ମୟୁରଭଞ୍ଜ ଜିଲ୍ଲାରୁ ଗୌର ଦାସ ଗିରୀଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ