।। ମାଇକ୍ରୋ ଫାଇନାନ୍ସ କମ୍ପାନୀ ଆଦିବାସୀ ଲୋକ ଉପରେ ଅତ୍ୟାଚାର ।।

Jun 6, 2024 - 16:19
 0  85
।। ମାଇକ୍ରୋ ଫାଇନାନ୍ସ କମ୍ପାନୀ ଆଦିବାସୀ ଲୋକ ଉପରେ ଅତ୍ୟାଚାର ।।

ମାଇକ୍ରୋ ଫାଇନାନ୍ସ କମ୍ପାନୀ ର ଦାଦାଗିରି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଧନସୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତାବାନ୍ଦୁଗୁଡ଼ା ଗ୍ରାମର ମହିଳା ମାନେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗ୍ରୁପ୍ ଠାରୁ ପ୍ରମଦ ସାହୁ କୁ ପଇସା ଉଠାଇ ଦେଇଥିଲେ ଯାହା ଫଳରେ ପ୍ରୋମଦ ସାହୁ ନିଜେ ପଇସା ବାନ୍ଦିବି ତମେ ମାନେ ଖାଲି ପଇସା ଉଠାଇ ଦିଅ ତମର କିଛି ହେବନି ବଳି କହିଥିଲେ । ହେଲେ ପ୍ରମାଦ ସାହୁ ଋଣ ପଇସା କିସ୍ତି ବ୍ୟାଙ୍କ୍ କୁ ପଇଠ ନ କରିଥିବାରୁ ଛତାବାନ୍ଦୁଗୁଡ଼ା ଗ୍ରାମର ଋଣ ନେଇଥିବା ଲୋକଙ୍କ ଉପରେ ଜୋର୍ ଜବର୍ ଦସ୍ତ୍ ପଇସା ବାନ୍ଦିବା ପାଇଁ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାଡ଼ି ବସିଛି । ଏହି ପଇସା ସଂଗ୍ରହ କରିବା ମାଇକ୍ରୋ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ମାନେ ରାତି ୯ ରୁ ୧୦ ଘଣ୍ଟା ମଧ୍ୟରେ ଗ୍ରାମରେ ଯାଇ ଲୋକଙ୍କୁ ଧମକ ଦେଇ ଜୋର୍ ଜବର ଦସ୍ତି କରି ପଇସା ବାନ୍ଧିବା ପାଇଁ ଅସଭ୍ୟ ଭାଷା ସହିତ ଅର୍ ବି ଆଈ ଗାଇଡ ଲାଇନ କୁ ଉଲଗ୍ନ କରୁଥିବାର ଜଣାପଡିଛି । ଫଳରେ ପାଞ୍ଚ ଜଣ ମହିଳା ସପ୍ନା ଝଡିଆ, ଦୂତିକା ଝଡ଼ିଆ, ତୁଳସୀ ନାଏକ, ପୂର୍ଣି ମାଝୀ, ଯମୁନା ମୁଦୁଲି ଙ୍କୁ ବ୍ୟାଙ୍କ ମ୍ୟାନେଜର ବ୍ୟାଙ୍କ ଅଫିସ କୁ ଚାଲୋ ବୋଲି କହିଲା ପରେ ପାଞ୍ଚଜଣ ମହିଳା ମ୍ୟାନେଜର ସହିତ ଗଲେ ବଳି ଗାଁ ଲୋକେ କହିଛନ୍ତି । ଫଳରେ ପାଞ୍ଚ ଜଣ ମହିଳା ନିଖୋଜ, ଏପଟେ ପ୍ରମଦ ସାହୁ ଋଣ ପଇସା ନେଇ ଫେରାର ହେଇଛି ବଳି ଜୟପାଟଣା ଥାନା ରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ ଓଡିଶା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ