ମହାଶିବରାତ୍ରି ଅବସରରେ ଘଟ ଉତ୍ତୋଳନ
ବାରିପଦା - ତା :- ୧୪/୦୨/୨୦୨୬ ରିଖ ସ୍ଥାନୀୟ ତକତପୁର ସ୍ଥିତ ବାବା ପାତାଳେଶ୍ୱର ମନ୍ଦିରରେ ୩୯ ତମ ମହାଶିବରାତ୍ରି ପାଳନ ଅବସରରେ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜି ଅପରାହ୍ନରେ ନିକଟସ୍ଥ ଜଳାଶୟ ନିକଟରେ ପୂଜାବିଦ୍ଧି ପରେ ୨୫ ଜଣ ମା ଭଉଣୀ ମାନେ କଳସ ଯାତ୍ରାରେ ମନ୍ଦିର ନିକଟରେ ପହଂଚିଥିଲେ I ଏହି କଳସ ଯାତ୍ରାରେ ମନ୍ଦିର ପରିଚାଳନା କମିଟିର ସଭାପତି ସୋମନାଥ ସିଂହ, ଉପ ସଭାପତି ଡଃ ନିରୋଜ କୁମାର ପୋଥାଳ ଓ ସୁଜିତ କୁମାର ସାହୁ, କାର୍ଯ୍ୟାଳୟ ସମ୍ପାଦକ ଗଦାଧର ଭଦ୍ର, କୋଷାଧ୍ୟକ୍ଷ ସୁମିତା ପ୍ରସାଦ, ସହ କୋଷାଧ୍ୟକ୍ଷ ଅମ୍ବିକା ମହାନ୍ତ, ମହିଳା ସମ୍ପାଦକ ଛବିରାଣୀ ଧଳ, ସଦସ୍ୟ ଡଃ ଅସୀମ ଚକ୍ରବର୍ତ୍ତୀ, ଚିତ୍ତରଞ୍ଜନ ସ୍ୱାଇଁ, ହିମାଂଶୁ ପ୍ରହରାଜ ତଥା ବାରିପଦା ମହାବିଦ୍ୟାଳୟର ରେଡ କ୍ରସ ସ୍ବେଛାସେବୀ ଉପସ୍ଥିତ ଥିଲେ I ଆସନ୍ତାକାଲି ମନ୍ଦିର ପରିସରରେ ଜିଲ୍ଲା ତଥା ରାଜ୍ୟ ବାହାରୁ ଶତାଧିକ ମା ଝିଅ ମାନେ ପରିବାର ପାଇଁ ଶୁଭ ମନାସି ଜାଗର ଦୀପ ଜାଳିବେ ବୋଲି ପୂଜକ ଶ୍ରୀନିବାସ ପ୍ରସାଦ ଜଣାଇଛନ୍ତି I ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଗଣିତ ଦୌଡ଼, ଝୋଟି, ମ୍ୟୁଜିକ ଚେୟାର, ନୃତ୍ୟ ଓ ମା ମାଉସୀଙ୍କ ଶଙ୍ଖଫୁଙ୍କା ଆଦି ପ୍ରତିଯୋଗିତା କରାଯାଇ ଆସନ୍ତା କାଲି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥିଙ୍କ ହାତରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ସାଧାରଣ ସମ୍ପାଦକ ବଳରାମ ନାଥ ଜଣାଇଛନ୍ତି I
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0