ମହାତ୍ମାଗାନ୍ଧୀ ମହାବିଦ୍ୟାଳୟରେ ଏନଡିଆରଏଫ୍ ପକ୍ଷରୁ ବିପର୍ଯ୍ୟୟ ସଚେତନତା କର୍ମଶାଳା ଆୟୋଜିତ
ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ରେ ଜିଲ୍ଲା ପ୍ରଶାସନ ଓ ଏନ୍.ଡି.ଆର୍.ଏଫ ର ମିଳିତ ଆନୁକୁଲ୍ୟରେ ବିପର୍ଯ୍ୟୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। +୩ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼: ମମତା ସାହୁ କର୍ମଶାଳା ରେ ପୌରୋହିତ୍ୟ କରିଥିଲେ । ମୂଖ୍ୟ ଅତିଥି ରୂପେ ବେତନଟୀ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଗନ ବିହାରୀ ବେହେରା , ସ୍ଵତନ୍ତ୍ର ଅତିଥି ଭାବେ ଏନ୍.ଡି.ଆର୍.ଏଫ ସବ୍ ଇନ୍ସପେକ୍ଟର ବାହାଦୁର ସିଂ , ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି , ସମ୍ମାନୀୟ ଅତିଥି ରୂପେ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ଫୋର୍ଡ " ର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା ଯୋଗଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ନିଜକୁ ସୁରକ୍ଷିତ ରଖିବା ସହ ଜନସାଧାରଣଙ୍କୁ କିପରି ସୂରକ୍ଷିତ ଭାବେ ରକ୍ଷା କରିପାରିବା ସେ ଦିଗରେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକ ପରିମାଣରେ ହେବାର ସମ୍ଭାବନା ରହିଛି। ସେଥିପାଇଁ ସମସ୍ତେ ପରିବେଶର ସନ୍ତୁଳନ ପାଇଁ ବର୍ଯ୍ୟବସ୍ତୁକୁ ସୁବିନିଯୋଗ କରିବା ସହିତ ନିଜ ପରିବାରର ବିଭିନ୍ନ ଶୁଭ କାର୍ଯ୍ୟରେ ଗୋଟିଏ ଲେଖାଏ ବୃକ୍ଷ ରୋପଣ କରିବା ପାଇଁ ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ । ଏନ୍.ଡି.ଆର୍.ଏଫ ଟିମ୍ ର ସଦସ୍ୟ ମାନେ ଆଶୁ ଚିକିତ୍ସା , ବନ୍ୟା,ବାତ୍ୟା , ଭୂମିକମ୍ପ , ସର୍ପାଘାତ ଓ ଅଗ୍ନିକାଣ୍ଡ ଆଦି ବିଷୟରେ ସଚେତନ କରାଇ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରିଥିଲେ । +୨,+୩ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼: ପର୍ଶୁରାମ ଦାଶ ବିପର୍ଯ୍ୟୟ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଇ ଏନ୍.ଡି.ଆର୍.ଏଫ ଟିମ୍ ର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0