।। ମର୍ମତୁକ ସଡ଼କ ଦୁର୍ଘଟଣାରେ ବସ୍ ଓ ବାଇକ୍ ମୁହାଁମୁହିଁ ଜଣେ ମୃତ:ଜଣେ ଗରୁତ୍ୱର ।।

May 4, 2024 - 20:05
 0  220
।। ମର୍ମତୁକ ସଡ଼କ ଦୁର୍ଘଟଣାରେ ବସ୍ ଓ ବାଇକ୍ ମୁହାଁମୁହିଁ ଜଣେ ମୃତ:ଜଣେ ଗରୁତ୍ୱର ।।

ରାୟଗଡା ଜିଲ୍ଲା ମୁନିଗୁଡା : ଗତ କାଲି ୬ ୩୦ ମିନିଟ ସମୟରେ ସନ୍ଧ୍ୟା ରେ ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଓ ଦେଓକପୁଲି ମଧ୍ୟବର୍ତ୍ତୀର ନୂଆସାହି ନିକଟରେ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି । ମୃତକ ଜଣ ହେଲେ ରଣାଗୁଡ଼ା ଗ୍ରାମର ଅଭୟ ଡୁବୁରୁକା ଓ ଆହତଙ୍କ ନାମ ଅମରେନ୍ଦ୍ର ଜାଗେରଙ୍ଗା ବୋଲି ଜଣାପଡିଛି। ସୂଚନା ଅନୁଯାଇ: ଚନ୍ଦ୍ରପୁର ବ୍ଲକ ସାର୍କିମା ପଞ୍ଚାୟତ ରଣାଗୁଡ଼ା ଗ୍ରାମର ଅଭୟ ଓ ଅମରେନ୍ଦ୍ର କୌଣସି କାମରେ ବାଇକ୍ ଯୋଗେ ମୁନିଗୁଡା ଆସି ପୁଣି ନିଜ ଗ୍ରାମକୁ ଫେରିବା ସମୟରେ କୁଟ୍ରାଗଡ଼ ଓ ଦେଓକୁପୁଲି ମଧ୍ୟବର୍ତ୍ତୀ ମେନ୍ ରୋଡ଼ ନୂଆସାହି ନିକଟରେ ମାଳତୀ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଅଭୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅମରେନ୍ଦ୍ର ରାସ୍ତା କଡ଼କୁ ଛିଟିକି ଛଟପଟ ହୋଇ ପଡ଼ିଥ‌ିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ବିଷମକଟକ ସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସୂଚନାରୁ ଜଣାପଡିଛି ଯେ ଗୁରୁତର ଅମରେନ୍ଦ୍ର ଙ୍କୁ ସ୍ଵାସ୍ଥ୍ୟ ବସ୍ତା ଠିକ୍ ନଥିବାରୁ ବିଷମକଟକ ହସପିଟାଲଠାରୁ କଟକ ବଡ଼ମେଡ଼ିକାଲ କୁ ପଠାଯାଇଥିବା ଜଣାପଡିଛି। ଏହି ଖବର ପାଇ ଚନ୍ଦ୍ରପୁର ବ୍ଲକ ଶାର୍କିମା ପଞ୍ଚାୟତର ରଣାଗୁଡା ଗ୍ରାମର ମୃତକଙ୍କ ବାପା ଓ ଗ୍ରାମ ଲୋକ ମାନେ ମୁନିଗୁଡ଼ା ହସ୍ପିଟାଲ କୁ ଆସି ପହଞ୍ଚିଥିବା ବେଳେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଦାଇତ୍ୱ ରେ ଥିବା ଡ଼ାକ୍ତର ଶବ ବ୍ୟବଚ୍ଛେଦ କରିବା ପରେ, ପୋଲିସ କୁ ହସ୍ତାନ୍ତର କରିଥିଲେ।ଏହା ଉତ୍ତାରେ ମୃତ୍ୟୁ ପରିବାର ଲୋକେ ମୁନିଗୁଡ଼ା ଥାନା ଆଇଆଇସି ନିକଟରେ ଯାଇ କ୍ଷତିପୂରଣ ପାଇଁ ସମାଧାନ କରିବାକୁ ନିବେଦନ କରିଥିଲେ। ହେଲେ ମାଳତୀ ବସ୍ ଗାଡି ମାଲିକଙ୍କ ସହ କଥା ବାର୍ତ୍ତା ହୋଇ ଥିଲେ । ଗାଡ଼ି ମାଲିକ ମଧ୍ୟସ୍ଥି ଲୋକଙ୍କୁ ସମାଧାନ ନିମନ୍ତେ ପଠାଇଥିଲେ ବି କୈଣସି ସମାଧାନ ହୋଇପାରିନଥିଲା ବୋଲି।ମୃତ ବ୍ୟକ୍ତିଙ୍କ ପରବାର ଲୋକ ମାନଙ୍କ ତରଫରୁ ଜଣାଯାଇଛି ।ଏନେଇ ମୁନିଗୁଡା ପୋଲିସ ଦୁର୍ଘଟଣା ଘଟାଇ ଥିବା ବସ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ