।। ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ଵାମୀ : ଅଭିଯୁକ୍ତ ଗିରଫ ।।

Oct 27, 2024 - 17:08
 0  11
।। ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀର ତଣ୍ଟି କାଟିଲା ସ୍ଵାମୀ : ଅଭିଯୁକ୍ତ ଗିରଫ ।।

କନ୍ଧମାଳ : (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଙ୍କୁ ତୁମୁଡିବନ୍ଧ ପୋଲିସ ଗିରଫ କରିଛି l ସୂଚନା ଅନୁସାରେ ସ୍ଵାମୀ ଚନ୍ଦ୍ରକାନ୍ତ ରବିବାର ସକାଳେ ମଦ ପିଇ ଆସି ସ୍ତ୍ରୀ ମଧୁବତି ବେହେର ଦଳେଇ ଙ୍କୁ କିଛି ଟଙ୍କା ମାଗିଥିଲା। ହେଲେ ମଧୁବତି ଟଙ୍କା ନଦେବାରୁ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚନ୍ଦ୍ରକାନ୍ତ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ମଧୁବତିଙ୍କ ତଣ୍ଟି କାଟି ଦେଇଥିଲା। ପରେ ପୁଅ ସିପୁନ ବେହେରା ଦଳାଇ ଘରକୁ ଫେରିବା ପରେ ମାଆର ଗଳାକଟା ମୃତଦେହ ଦେଖି ତୁମୁଡିବନ୍ଧ ପୁଲିସ୍ କୁ ଖବର ଦେଇଥିଲା। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଗିରଫ କରି ଅଧିକ ଛାନଭିନ୍ ଆରମ୍ଭ କରିଛି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ