।। ଭୂମିଜ ଭାଷାକୁ ଅବହେଳା ପ୍ରତିବାଦରେ ସାଂସଦଙ୍କୁ ଦାବିପତ୍ର ।।
ବେତନଟୀ , ରବିବାର ଜିଲ୍ଲା ଭୂମିଜ ସମାଜ ତରଫରୁ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ସାଂସଦ ନଵ ଚରଣ ମାଝୀଙ୍କୁ ବହୁଭାଷୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଭୂମିଜ ଭାଷାକୁ ଉପେକ୍ଷା କରିବା ପ୍ରତିବାଦରେ ଏକ ଦାବିପତ୍ର ବାରିପଦା ଠାରେ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଭୂମିଜ ଏକ ସ୍ୱତନ୍ତ୍ର ଜନଜାତି ଅଟେ। ଏହାର ନିଜସ୍ଵ ଲିପି ଅଲ ଅନଲ ଅଟେ। ଭୂମିଜ ଭାଷାର ନିଜସ୍ଵ ଡିକସନାରୀ ମଧ୍ୟ ଉପଲବ୍ଧ ଅଛି। ଭୂମିଜ ଭାଷାର ୟୁନିକୋଡ ମଧ୍ୟ ରହିଛି। ତଥାପି ନିକଟ ଅତୀତରେ ବହୁଭାଷୀ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶିତ ହୋଇ ୨୧ଟି ଜନଜାତିରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। କିନ୍ତୁ ଭୂମିଜ ଭାଷାକୁ ଜାଣିଶୁଣି ଅବହେଳିତ କରା ଯାଇଛି। ଏଥି ନିମନ୍ତେ ସମଗ୍ର ଭୂମିଜ ସମାଜରେ ଅସନ୍ତୋଷ ଦେଖାଦେଇଛି। ବିଗତ ଦିନରେ ଭୂମିଜ ଭାଷାରେ ପ୍ରାଥମିକ ଶିକ୍ଷା ଗ୍ରହଣ ପାଇଁ, ଭୂମିଜ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନେକେ ଥର ବିକ୍ଷୋଭ,ଧାରଣା ,ଆନ୍ଦୋଳନ କରାଯାଇଥିଲା। ଏଥର ମଧ୍ୟ OSSC ବିଜ୍ଞାପନରେ ଭୂମିଜ ଭାଷାକୁ ସ୍ଥାନ ମିଳି ପାରିନାହିଁ। ଏ ଅବହେଳା ପ୍ରତିବାଦରେ ଆଗାମୀ ଦିନ ରେ ଭୂମିଜ ସମାଜ ରାଜ ରାସ୍ତାକୁ ଓହ୍ଲେଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛି। ଦାବି ପତ୍ର ପ୍ରଦାନ ସମୟରେ ଭୂମିଜ ସମାଜ ତରଫରୁ ଭାରତୀୟ ଆଦିବାସୀ ଭୂମିଜ ସମାଜ ର ସଭାପତି ଗହ୍ମା ସିଂ, ଜିଲ୍ଲା ସଭାପତି ରାଜକୁମାର ସିଂ, ଭାରତୀୟ ଆଦିବାସୀ ଭୂମିଜ ସମାଜ ର କେନ୍ଦ୍ରୀୟ କମିଟି ର ସଦସ୍ୟା ଗୀତାମଣି ସିଂ, ଓଡିଶା କମିଟି ସଦସ୍ୟା ଦେବକୀ ସିଂ ଙ୍କ ସହ ବେତନଟୀ ବ୍ଲକ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ବାରିପଦାରୁ - ଗୌର ଦାସଗିରି
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0