ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Nov 16, 2024 - 05:12
 0  11
ଭୀମଭୋଇ  ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ ଅନ୍ତର୍ଗତ ଯମୁନାପଶି ଗ୍ରାମପଞ୍ଚାୟତର ବିଶେଇପାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ଭିନ୍ନକ୍ଷମ ମାନେ ପଞ୍ଜିକରଣ କରିବା ସହ ଆବଶ୍ୟକ ଡାକ୍ତରୀ ପରାମର୍ଶ ହାସଲ କରିଛନ୍ତି। ଅସ୍ଥିଶଲ୍ୟ, କର୍ଣ୍ଣ, ନାସା ଓ ଗଳା, ମାନସିକ ରୋଗ, ଚକ୍ଷୁ ରୋଗ ଆଦି ବିଭାଗ ପାଇଁ ଅଲଗା ଅଲଗା ପଞ୍ଜିକରଣ କକ୍ଷ ସ୍ଥାପନ କରାଯାଇଥିବା ବେଳେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଭିନ୍ନକ୍ଷମ ମାନଙ୍କ କାଗଜାଦ ଗ୍ରହଣ କରାଯାଇ ଆଶୁ ପଦକ୍ଷେପ ନେବା ସକାଶେ ସୁବନ୍ଦୋବସ୍ଥ କରାଯାଇଥିଲା। ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଦେବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସୌଜନ୍ୟରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ନିୟୋଜିତ କରାଯାଇଥିବା ବେଳେ ଯୋଗ୍ୟ ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ଉପକରଣ ମଧ୍ୟ ବଣ୍ଟନ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା। ଏହା ବାଦ ଭିନ୍ନକ୍ଷମ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଦେବା ଓ ବସ ପାସ ତଥା ଭତ୍ତା ଦେବା ପାଇଁ ଆବେଦନ ପତ୍ର ମଧ୍ୟ ଏହି ଶିବିରରେ ଗ୍ରହଣ କରାଯାଇଛି। ଏହି ଶିବିରର ପଞ୍ଜିକରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ଯୋଗେଇ ଦେବାପାଇଁ ପାଟଣା ବ୍ଲକ ପ୍ରଶାସନ ତରଫରୁ କର୍ମଚାରୀ ମାନଙ୍କୁ ମୁତୟନ କରାଯାଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁକାନ୍ତି ନାଏକ, ବିଡ଼ିଓ ମାନସ କୁମାର ଦଣ୍ଡପାଟ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଦ ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଭୁବନେଶ୍ୱରୀ ମହାନ୍ତ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ। ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ଵ ଭିନ୍ନକ୍ଷମ ଏହି ଶିବିରରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିବା ଜଣାଯାଇଛି।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ