ଭିନ୍ନକ୍ଷମ ପ୍ରମାଣ ପତ୍ର ଜିଲ୍ଲାରୁ ତୃଣମୂଳ ସ୍ତରକୁ ପହଁଚିଲା

କୋରାପୁଟ,( ରଞ୍ଜିତ ନାୟକ ) ତା: ୧୧.୦୭.୨୦୨୫ ରିଖ: ଜିଲ୍ଲାପାଳ କୋରାପୁଟ ଭି କୀର୍ତ୍ତି ୱାସନ ଙ୍କ ଉଦ୍ୟମ ରେ ଏଵେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଙ୍କୁ କୋରାପୁଟ ସଦର ମହକୁମା ଓ ଜୟପୁର ସହିତ ଏଣି କି ନିଜ ବ୍ଲକ ସ୍ତରରେ ବ୍ଲକ ସଦର ମହକୁମା ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇ ପାରିବେ ! ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଙ୍ଗି ବ୍ଲକ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ! ଏହି ଅବସର ରେ ୧୯୮ ଜଣ ଭିନକ୍ଷମ ପଞ୍ଜିକରଣ କରିଥିଲେ ! ସେଥିମଧ୍ୟରୁ ୧୮୪ ଜଣ ପ୍ରମାଣ ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ! ସେଥିମଧ୍ୟରୁ ଚଳନ ବାଧିତ ଦିବ୍ୟାଙ୍ଗ ୧୧୦, ଦୃଷ୍ଟି ବାଧିତ ୨୬, ଶ୍ରାବଣ ବାଧିତ ୨୬, ମାନସିକ ଅନଗ୍ରସର ୧୮ ରକ୍ତଶିକୁଳି ୪ ବିବେଚିତ ହୋଇଥିଲେ ! ଏହି କାର୍ଯ୍ୟକ୍ରମ କୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗ କରିଥିଲେ !ଏହା କରିବା ଦ୍ୱାରା ଲୋକ ମାନଙ୍କୁ କଷ୍ଟ ସ୍ୱୀକାର କରି ଜିଲ୍ଲା ସଦର ମହକୁମା ଓ ଜୟପୁର ଆସିବାକୁ ପଡିବ ନାହି ବୋଲି ସୂଚନା ମିଳିଛି !
ନବରଙ୍ଗପୁର ଓ କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






