ଭିନ୍ନକ୍ଷମ ପିଲା ଙ୍କ ଦ୍ଵାରା ଜାତୀୟ ପତକା ଉତ୍ତୋଳନ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ

Jan 26, 2025 - 20:07
 0  131
ଭିନ୍ନକ୍ଷମ ପିଲା ଙ୍କ ଦ୍ଵାରା ଜାତୀୟ ପତକା ଉତ୍ତୋଳନ କରାଇଲେ ନବରଙ୍ଗପୁର ଜିଲ୍ଲାପାଳ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬/୦୧/୨୦୨୫ ରିଖ ସମଗ୍ର ଦେଶରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ମହା ଆନନ୍ଦ ଉଲ୍ଲାସ ଏବଂ ଉଦ୍ଘୀପନା ସହ ପାଳନ ହୋଇଯାଇଛି ! ବିଭିନ୍ନ ସ୍ଥାନ ରେ ମନ୍ତ୍ରୀ ,ଜିଲ୍ଲାପାଳ ଙ୍କ ଦ୍ଵାରା ଜାତୀୟ ପତକା ଉତ୍ତୋଳନ ହେଉଥିବା ବେଳେ ନବରଙ୍ଗପୁର ଆଶା କିରଣ ଠାରେ ଭିନ୍ନ ଭାବରେ ପତକା ଉତ୍ତୋଳନ ହେବାର ଦେଖିବାକୁ ମିଳିଛି ! ନବରଙ୍ଗପୁର ସ୍ଥିତ ବୈଷୟିକ ତାଲିମ କେନ୍ଦ୍ର ଆଶା କିରଣ ଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆମ ଜାତୀୟ ପତକା ଙ୍କୁ ଯଥା ରୀତି ରେ ସମ୍ମାନ ଦିଆଯାଇ ଉତ୍ତୋଳନ କରା ଯାଇଥିଲା ! ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଧନୁର୍ଜୟ ରାଓ ସମେତ ଅନେକ ବୀର ଯବାନ ଯେଉଁମାନେ ଗତ କାରଗିଲ ଯୁଦ୍ଧରେ ଯୋଗଦାନ ଦେଇଥିଲେ ଆସି ଉପସ୍ଥିତ ହୋଇଥିଲେ ! ଜିଲ୍ଲାପାଳ,ହୁଇଲ ଚେୟାର ବସିଥିବା ଭିନ୍ନକ୍ଷମ ପିଲା ଙ୍କୁ ନିମନ୍ତ୍ରଣ କରି ତାଙ୍କ ହାତରେ ତ୍ରିରଙ୍ଗା ଜାତୀୟ ପତକା ଉତ୍ତୋଳନ କରାଇ ଏକ ସ୍ବତନ୍ତ୍ର ଇତିହାସ ସୃଷ୍ଟି କରିଥିଲେ ! ଆମର ବିଭିନ୍ନ ସ୍ଥାନ ରେ କରୁଛନ୍ତି କିନ୍ତୁ ଆମ ପିଲା ମାନେ କରନ୍ତୁ ବୋଲି କହିଥିଲେ ! ପିଲାଙ୍କୁ ଫ୍ଲାଗ ପୋଷ୍ଟ ରେ ଠିଆ କରାଇ ନିଜେ ଜାତୀୟ ସଙ୍ଗୀତ ଗାନ କରିବା ସଙ୍ଗେ ସ୍ଲୋଗାନ ଦେଇଥିଲେ ! ଆଶା କିରଣ ପରିସର ରେ ଥିବା ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ମଧ୍ୟ ପିଲାଙ୍କୁ ଡାକି ପୁଷ୍ପମାଲ୍ୟ ଅର୍ପଣ କରାଇଥିଲେ ! ଏପରି ସମ୍ମାନ ଆଗରୁ କେବେ ପିଲା ମାନେ ପାଇ ନଥିବାର ପ୍ରକାଶ କରିଥିଲେ ଏବଂ ଏଥି ପାଇଁ ପିଲାମାନେ ଅତ୍ୟଧିକ ଖୁସି ବ୍ୟକ୍ତ କରିଥିଲେ ! ପିଲାଙ୍କ ସହିତ ଦୁଃଖ ସୁଖ ହେବା ସହ ମିଷ୍ଟେଇ ବଣ୍ଟନ କରିଥିଲେ ଏବଂ ପିଲାଙ୍କ ଖୁସି ନିମନ୍ତେ ଗ୍ରୁପ ଫୋଟ ଉଠାଇ ଥିଲେ ! ଏଥିରେ କାରଗିଲ ଯୁଦ୍ଧ ବିଜୟ ସୈନ୍ୟ ଶ୍ରୀ ନରେନ୍ଦ୍ର ପାଢୀ, ଡି କେ ପଟ୍ଟନାୟକ,ଦୁର୍ଯ୍ୟଧନ ଭତ୍ରା ,ଆଶା କିରଣ ଅଧକ୍ଷ ଜଗନ୍ନାଥ ବେହେରା ,କର୍ମଚାରୀ ଇନ୍ଦ୍ରମଣି ମଙ୍ଗରାଜ,ସନ୍ଧ୍ୟାରାନି ବେହେରା ,ଶାନ୍ତି ପଣ୍ଡା ,ରଶ୍ମିତା ପ୍ରଧାନ ,ରୀଙ୍କୁରାଜ ବେହେରା , ସାମଶନ ,ରଶ୍ମିତ ଧନଫୁଲ୍,ପାର୍ବତୀ ଜାନି, ସମେତ ଅନେକ ଅଭିଭାବକ ଏବଂ ଜନସାଧାରଣ ଓ ଅଫିସ କର୍ମଚାରୀ ଯୋଗ ଦେଇଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ