।। ଭିଜିଲାନ୍ସ ଜାଲରେ ଦିବ୍ୟଶଙ୍କର ମିଶ୍ର ଙ୍କ ରାଇଟ ହାଣ୍ଡ ବିଡ଼ିଓ ମେଡମ୍ ।।

କଳାହାଣ୍ଡି ତା:-୦୧/୦୮/୨୦୨୪ (ଫାଷ୍ଟ ନ୍ୟୁଜ ଓଡ଼ିଶା) ନୁଆ ସରକାର୍ ଆସିଲେ ନୂଆ ଖୋଲାସା ଦେଖିବା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କ ସରକାରୀ ଗାଡିରେ ୭ ଲକ୍ଷ୍ୟ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଲାଞ୍ଚୁଆ ବିଡ଼ିଓ ଭବାନୀପାଟଣାରୁ ଗୋଲାମୁଣ୍ଡା ଯାଉଥିବା ବେଳେ , ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ନିକଟରେ ଭିଜିଲାନ୍ସ ବିଭାଗର ୧୫ ଜଣିଆ ସ୍ବତନ୍ତ୍ର ଟିମ୍ ଚଢାଉ କରିବା ସହ ଗାଡିରେ ଥିବା ନଗଦ ୭ ଲକ୍ଷ୍ୟ ଟଙ୍କା ଜବତ କରିବା ସହ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟଳୟରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା। ସେପଟେ ଅନ୍ୟ ୩ ଟି ଟିମ୍ ବର୍ତ୍ତମାନ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଓ ବିଡ଼ିଓ ଙ୍କ ବାସଭବନରେ ଚଢାଉ କରିବା ନେଇ ସୂଚନା ମିଳିଛି । ଆଗକୁ ମହନ ସରକାର ଙ୍କ କେତେ ଦୂର ଦେଖିବାକୁ ମିଳୁଛି ଅପେକ୍ଷା ରେ ଓଡ଼ିଶାବାସୀ ।
କଳାହାଣ୍ଡି ଜିଲ୍ଲାରୁ ବାବୁଲି ହରିଜନ ଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ୍ ଓଡ଼ିଶା ।
What's Your Reaction?






