ଭାରସାମ୍ୟ ହରାଇ ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଯୁବକ ଯୁବତୀ ମୃତ

Jan 19, 2026 - 21:21
 0  5
ଭାରସାମ୍ୟ ହରାଇ ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଯୁବକ ଯୁବତୀ ମୃତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବଣ୍ଡଗୁଡ଼ା ନିକଟସ୍ଥ କାଣିବାରୁଡ଼ି ଛକ ନିକଟରେ ଏକ ବାଇକ ଦୁର୍ଘଟଣା ହୋଇଛି l ବାଇକ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେବାରୁ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ପୁଅ,ଜଣେ ଝିଅ ରହିଥିବା ଜଣାପଡ଼ିଛି ‌। ମୃତ ଦୁଇ ଯୁବକ, ଯୁବତୀଙ୍କ ପରିଚୟ ଏଯାବତ୍ ଅସ୍ପଷ୍ଟ ରହିଛି । ସୂଚନା ପ୍ରକାରେ ଯୁବକ ଓ ଯୁବତୀ ଦୁହେଁ ଫିରିଙ୍ଗିଆ ଅଞ୍ଚଳରୁ ଗୁଟିଙ୍ଗିଆ ଯାଉଥିବା ବେଳେ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ନିକଟସ୍ଥ କାଣିବାରୁଡ଼ି ଛକ ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ସାରଙ୍ଗଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଓ ଯୁବତୀଙ୍କୁ ସାରଙ୍ଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ କିନ୍ତୁ ଅଧା ବାଟରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ