।। ଭାରତୀୟ ମଜଦୂର ସଂଘ ର ବୈଠକ : ପାଚିକା ମାନଙ୍କ ଜୀବନ ଜୀବିକା ସଦୃଢ଼, : ସ୍ୱଚ୍ଛଳ ଓ ସଂଗଠିତ କରିବାକୁ ବିଏମଏସ ର ଆହ୍ଵାନ ।।

Oct 1, 2024 - 05:39
 0  8
।। ଭାରତୀୟ ମଜଦୂର ସଂଘ ର ବୈଠକ  : ପାଚିକା ମାନଙ୍କ ଜୀବନ ଜୀବିକା ସଦୃଢ଼, : ସ୍ୱଚ୍ଛଳ ଓ ସଂଗଠିତ କରିବାକୁ ବିଏମଏସ ର ଆହ୍ଵାନ ।।

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା - ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆଜି ମୁନିଗୁଡ଼ା,ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ପ୍ରତିନିଧି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ମୁନିଗୁଡ଼ା,ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ପ୍ରତିନିଧି ମାନଙ୍କ ସହ ପ୍ରାୟ ୩୫୦ ରୁ ଉର୍ଦ୍ଧ ଭାରତୀୟ ମଜଦୂର ସଂଘ , ପାଚିକା ଏବଂ ସ୍ବାବଲମ୍ବୀ କାରିଗର ସଂଘ କାର୍ଯ୍ୟକର୍ତ୍ତା ସେମାନଙ୍କ ଜୀବନ ଜୀବିକାର ସୁଦୃଦ୍ଧତା,ସ୍ଵଚ୍ଛଳତା ,ସ୍ଥାୟିତତାକୁ ନେଇ ଭାରତୀୟ ମଜଦୂର ସଂଘ ବ୍ୟାନରରେ ଏକାଠି ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ବ ଓ ଜିଲ୍ଲା ଉପସଭାପତି ଦୁର୍ଗାମାଧବ ଘୋଷଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ,ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ସ୍ଵୟଂ ସେବକ ତଥା ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥି ସ୍ୱାବଲମ୍ବୀ କାରିଗର ସଂଘ ର ଜିଲ୍ଲା ସମ୍ପାଦକ ଶୀମାଞ୍ଚଳ ମିଶ୍ର, ମୁନିଗୁଡ଼ା ପ୍ରଗତି ମଞ୍ଚ ସଭାପତି ଶ୍ରୀ ସି ଏଚ୍ ଗଣେଶ୍ୱର ରାଓ,ମୁନିଗୁଡ଼ା ବ୍ଲକ ବିଏମ୍ଏସ ସଭାପତି କ୍ଷମାସାଗର ଦଶ, ପାଚିକା ସଂଘ ଜିଲ୍ଲା ସଂଯୋଜିକା ରୁକ୍ମଣୀ ପାତ୍ର, ସୁଭଦ୍ରା ଦାସ , ଓ ରାମ ଗୁଡମ୍ବକା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରେରଣାଦାୟୀ ଭାରତ ମାତା ଓ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠାତା ଠେଙ୍ଗେଡେଜୀ ତୈଳ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ବିଶ୍ୱର ସର୍ବ ବୃହତ୍ ମଜଦୂର ସଂଘ ଭାରତୀୟ ମଜଦୂର ସଂଘର ରାଷ୍ଟ୍ରବାଦ ବିଚାର ଧାରା ରାଷ୍ଟ୍ର ହିତ, ଉଦ୍ୟୋଗ ହିତ ଓ ଶ୍ରମିକ ହିତର ସୁନ୍ଦର ସରଳ ବ୍ୟାଖା କରି ସ୍ବାବଲମ୍ବୀ କାରିଗର ଏବଂ ପାଚିକା ମାଆ ଭଉଣୀ ମାନଙ୍କୁ ବୁଝାଇଥିଲେ। ସ୍ବାବଲମ୍ବୀ କାରିଗର ଏବଂ ପାଛିକାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଏଗୁଡ଼ିକର କିପରି ସଂଗଠନ ଶକ୍ତି ମାଧ୍ୟମରେ ସମାଧାନ ହୋଇ ପାରିବ ତା ଉପରେ ଅଭିଭାଷଣ ରଖିଥିଲେ। ସେହିପରି ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦଳାଇ କହିଥିଲେ ସଂଗଠନ ହେଉଛି ଶକ୍ତିର ସ୍ୱରୂପ।ଏଣୁ ନିଜର ହକ ପାଇଁ ସଂଗଠିତ ହେବାକୁ ପଡ଼ିବ ଆଉ ଦରକାର ପଡ଼ିଲେ ସଂଗଠିତ ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ।ସମ୍ମାନିତ ଅତିଥିମାନେ ଭାରତୀୟ ମଜଦୂର ସଂଘ ଓ ଏହାର ରାଷ୍ଟ୍ରବାଦ କାର୍ଯ୍ୟାବଳୀ,ସମର୍ପିତ ସଂଗଠିତ ସେବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ନିମନ୍ତ୍ରିତ ଅତିଥିଭାବେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସେଶନ ଓ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଘର ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାଚିକା ଭଉଣୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସ୍ବାବଲମ୍ବୀ କାରିଗର ଏବଂ ପାଚିକା ମାନେ କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ଗୋଟି ଗୋଟି ସର୍ବ ସମ୍ମୁଖରେ କହିଥିଲେ।ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସାହୁ ଆସନ୍ତା ରବିବାର ବୈଠକରେ ଏହି ତିନୋଟି ବ୍ଲକର କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବାକୁ ନିଷ୍ପତ୍ତି ନିଆଯିବା ନେଇ ଘୋଷଣା କରିଥିଲେ। ସମସ୍ତ ସ୍ବାବଲମ୍ବୀ କାରିଗର ଏବଂ ପାଚିକା ମାନଙ୍କ ସଦସ୍ୟତା ବିଧିବଦ୍ଧ ଲିଖିତ ରୂପେ ଆଜି ଗ୍ରହଣ କରାଯାଇଥିଲା।ଶେଷରେ ବ୍ଲକ ସଭାପତି କ୍ଷମା ଶାଗର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ