।। ଭାରତ ମାଳା ଚରୀ ଘଟଣା ୨ ଲକ୍ଷ ଟଙ୍କାର ଲୁହା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ, ୭ ଗିରଫ ।।

Mar 27, 2024 - 16:41
 0  19
।। ଭାରତ ମାଳା ଚରୀ ଘଟଣା ୨ ଲକ୍ଷ ଟଙ୍କାର ଲୁହା ଓ ଅନ୍ୟାନ୍ୟ  ସାମଗ୍ରୀ ଜବତ, ୭ ଗିରଫ ।।

କୋରାପୁଟ ଜିଲ୍ଲା :ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ସୁଙ୍କି ଥାନା ଅଧିକାରୀ କେ. ସାଙ୍ଗାନାଙ୍କ ନିର୍ଦେଶ କ୍ରମେ ଗତ କାଲି ତା-୨୬.୦୩.୨୦୨୪ ରିଖ ରାତିରେ ଭାରତମାଳା ରୋଡ଼ ପ୍ରୋଜେକ୍ଟ ନିମନ୍ତେ ତଳଗୋଲୁରୁ ଠାରେ କାମ କରୁଥିବା BEKEM INFRASTRUCTURES PRIVATE LIMITED ଠିକା କମ୍ପାନୀରେ ଲୁହା ଚୋରୀ କରୁଥିବା ଅଭିଯୋଗରେ ଚାରିଗୋଟି ଡ଼ାଲା ଅଟୋ ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ,୧. ଆବୁ ପେଣ୍ଟମ ନାଇଡ଼ୁ,୨. ଗିନି ପବନ କୁମାର,୩. ମହେଶ ବେଜିପରାପୁ,୪. ପଇଲା ସୁରି ନାରାୟଣ,ଗ୍ରାମ- ମେନ ବିଧି ଆମ୍ବଡ଼ା,ଥାନା-ରିଗିଡି ଆମଡାବାଲାସା,ଜିଲା-ବିଜୟନଗରମ ଆନ୍ଧ୍ର ପ୍ରଦେଶ ୫. ପିଲାଲା ଆପାରାଓ,ଗ୍ରାମ-ଦଲାପେଟା,ଥାନା ରାଜାମ ଜିଲା-ବିଜୟନଗରମ ଆନ୍ଧ୍ର ପ୍ରଦେଶ ୬. ମୂରଲୀ ଚୋପାଡି,ଗ୍ରାମ-କୁରି ଆଲପାଡୁ,ଥାନା-ପଟ୍ଟାଙ୍ଗୀ, ଓ ୭. କିରଣ ପେଟେଲ ଗ୍ରାମ-କତା ତେଡା , ଥାନା- ସୁଙ୍କି ଏହି ଘଟଣାରେ ସାମିଲ ଅଛନ୍ତି । ଚଢାଉ ବେଳେ ୧. ଡ୍ରାଇଭର ମହେଶ ବେଜିପରାପୁ ନିକଟରୁ AP-39TZ-8601 ଡାଲା ଅଟୋରେ ଲୋଡ ହୋଇଥିବା ୭୯ ଗୋଟି LEGER,୯ ଗୋଟି ବେସ ଜ୍ୟାକ,୪ ଗୋଟି U-ଜ୍ୟାକ, ୪ ଗୋଟି ପ୍ରୋପ ଜ୍ୟାକ,୯ ଗୋଟି ପ୍ରାୟ ୨ମିଟର ଲମ୍ବର ୨୫ MM ଲୁହା ରୋଡ଼ , ପ୍ରାୟ ୧ ମିଟର ଲମ୍ବର ୩ ଗୋଟି ୩୫ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୭ ଗୋଟି ୮ MM ଲୁହା ରୋଡ଼ ଓ ଟଙ୍କା ୫୭୮୦, ୨. ଡ୍ରାଇଭର ଗିନି ପବନ କୁମାର ନିକଟରୁ AP-30 TC-1465 ରେ ୨୧ ଗୋଟି ବେସ ଜ୍ୟାକ, ପ୍ରାୟ ୧ ମିଟର ଲମ୍ବର ୧୦ ଗୋଟି U-ଜ୍ୟାକ, ପ୍ରାୟ ୧ ମିଟର ଲମ୍ବର ଗୋଟିଏ ଏଙ୍ଗେଲର , ପ୍ରାୟ ୧ ମିଟର ଲମ୍ବର ୭ ଗୋଟି ୩୨ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୧୮ ଗୋଟି ୧୨ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୨ ଗୋଟି ୧୦ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୫ ଗୋଟି ୧୬ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୭ ଗୋଟି ୧୨ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୭ ଗୋଟି ୨୫ MM ଲୁହା ରୋଡ଼, ୧୫୦୦ ଟଙ୍କା ଓ ଗୋଟିଏ Realme 85 G ମୋବାଇଲ ଫୋନ , ୩. ଡ୍ରାଇଭର ପିଲା ଆପାରାଓ ନିକଟରୁ AP-39-TM-0622 ରେ- ପ୍ରାୟ ୧ ମିଟର ଲମ୍ବର ୧୧ ଗୋଟି ୧୨ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୩୦ ଗୋଟି ୧୫ MM ଲୁହା ରୋଡ଼, ପ୍ରାୟ ୧ ମିଟର ଲମ୍ବର ୧୦୦ ଗୋଟି ୨୫ MM ଲୁହା ରୋଡ଼ ଓ ଗୋଟିଏ Realme ମୋବାଇଲ , 4. ଡ୍ରାଇଭର ମୂରଲୀ ଚୋପାଡି ନିକଟରୁ AP-39TU-0773 ଅଟୋ ରେ ୪ ଗୋଟି ସେଣ୍ଟରିଙ୍ଗ ଜ୍ୟାକ, ଗୋଟିଏ ସପରଟିଙ୍ଗ ପାଇପ ୧.୫ ମିଟର ଲମ୍ବର ୯୮ ଗୋଟି ସେଣ୍ଟରିଙ୍ଗ ପାଇପ,୮ ଗୋଟି ବେସ ଜ୍ୟାକ,୧୦ ଗୋଟି U ଜ୍ୟାକ ଓ Infinix 5 G ମୋବାଇଲ ଫୋନ ଓ ଆବୁ ପେଣ୍ଟାମ ନାଇଡ଼ୁ ଠାରୁ ୩୦୦୦ ଟଙ୍କା ଓ Vivo Y35 ମୋବାଇଲ ଫୋନ ଜବତ କରାଯାଇଛି । ଉକ୍ତ ଅଭିଯୁକ୍ତମାନେ ଚୋରୀ କରିଥିବା ଲୁହା ଓ ଅନ୍ୟାନ୍ୟ ସାମଗ୍ରୀକୁ ବାହାର ରାଜ୍ୟକୁ ପଠାଯିବା ସମୟରେ ସେମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ଉକ୍ତ ଚଢାଉରେ ସୁଙ୍କି ଥାନା ଏ.ଏସ ଆଇ ରୋହିଦାସ ବିଡ଼ିକା, ଏ.ଏସ.ଆଇ ଅଭୟ କୁମାର କଚ୍ଛପ,କନଷ୍ଟେବଳ ରମେଶ ନାରାଜି,OAPF ପୂର୍ଣ ବିଷୋଇ ଓ ଜଗବନ୍ଧୁ ଖିଲ ସାମିଲ ଥିଲେ । ଚୋରା କାରବାର ରୋକିବାକୁ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୁନାବେଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ମନୋବ୍ରତା ଶତପଥୀ ସୂଚନା ଦେଇଛନ୍ତି ।

Chief editor ବାବୁଲା ଖିଳଙ୍କ ରିପୋର୍ଟ ଫାଷ୍ଟ news ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ