ଭଙ୍ଗା ଦଦରା ଘରେ ବିତୁଛି ପୁରୁଷୋତ୍ତମଙ୍କ ଜୀବନ, ପକ୍କା ଘର କେବେ

Dec 23, 2025 - 22:10
 0  2
ଭଙ୍ଗା ଦଦରା ଘରେ ବିତୁଛି ପୁରୁଷୋତ୍ତମଙ୍କ ଜୀବନ, ପକ୍କା ଘର କେବେ

ରାଇରଙ୍ଗପୁର,୨୩/୧୨: (ଫାଷ୍ଟ୍ ନ୍ୟୁଜ୍ odisha) ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ପ୍ରଧାନମନ୍ତ୍ରୀ ଆହ୍ୱାସ ଗୃହ ଯୋଜନାର ହିତକାରୀମାନେ ଚଢ଼ାଦରରେ ଏବଂ ଠିକ୍ ସମୟରେ ଘର ନିର୍ମାଣ ପାଇଁ ବାଲି ପାଉ ନାହାଁନ୍ତି ବୋଲି ଅଭିଯୋଗ ହୋଇ ଆସୁଥିଲା। ଇତି ମଧ୍ୟରେ ସରକାର ହିତକାରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଢ଼ାଦରରେ ହେଉଥିବା ବାଲି କାରବାରକୁ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି । ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଅଁଳାଡ଼ୁବା-୧୦ ୱାର୍ଡ଼ କେନ୍ଦୁସାହିର ବାସିନ୍ଦା ପୁରୁଷୋତ୍ତମ ନାଏକ । ବୟସ ୫୫ରୁ ବର୍ଷରୁ ଅଧିକ ହେବ, ତାଙ୍କ ପରିବାରରେ ଆଉ କେହି ନାହାଁନ୍ତି । ରାଇରଙ୍ଗପୁର ମହାବିଦ୍ୟାଳୟରୁ ଯୁକ୍ତ ତିନି ବାଣିଜ୍ୟ ପଢ଼ିଛନ୍ତି। ଅଁଳାଡ଼ୁବାରେ ଛୋଟ ପିଲାମାନଙ୍କୁ ଟିଉସନ ପଢ଼ାଇ ତାଙ୍କର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ଦିନ ମଜୁରିଆ ଭାବେ କଠିନ ପରିଶ୍ରମ କରିବାକୁ ତାଙ୍କର ବଳ ନାହିଁ । ତାଙ୍କର ବାପାମା'ଙ୍କୁ ହରାଇବା ପରେ ପ୍ରାୟ ୩୩ ବର୍ଷ ହେବ ଏକୁଟିଆ ରହି ଆସୁଛନ୍ତି, ଗୋଟିଏ ଭଙ୍ଗା ଦଦରା କୁଡିଆ ଘରେ । ବର୍ଷାଦିନେ ପାଣି ଗଳୁଥିବା କାରଣରୁ ଅନ୍ୟର ଦୁଆର ପିଣ୍ଡାରେ ଆଶ୍ରୟ ନେବାକୁ ପଢ଼ିଥାଏ । ପୌରପାଳିକା ତରଫରୁ ତାଙ୍କୁ ୨୦୨୩ ମସିହାରେ ଓଡ଼ିଶା ବସ୍ତିବାସିନ୍ଦା ଭୂମି ଅଧିକାର ଅଧୁନିୟମ- ୨୦୧୭ ନିୟମାନୁସାରେ ଭୂମି ଅଧିକାର ‘ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି । ତେବେ ବାସ୍ତବରେ ଜଣେ ଆଦିବାସୀ ଭୂମିହୀନ, ଗରୀବ, ଆଦିବାସୀ ହୋଇ ସୁଦ୍ଧା ତାଙ୍କୁ ଏଯାଏ ଗୃହ ନିର୍ମାଣ ପାଇଁ ଜମି ପଟ୍ଟା ପ୍ରଦାନ କରାଗଲା ନାହିଁ । କିଛି ଦିନ ତଳେ ସେ ତାଙ୍କର ପ୍ରଧାନମନ୍ତ୍ରୀ ଆଜ୍‌ସ ଯୋଜନା(ସ‌ହରାଞ୍ଚଳ) ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବା ଏହାର କାଗଜପତ୍ର ପୌରପାଳିକା କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ପୁରୁଷୋ ମଙ୍କ ପରି ଅସହାୟ, ବେସାହାରା ଗରୀବ ଆଦିବାସୀଙ୍କୁ ସରକାର ଓ ପ୍ରଶାସନ ତରଫରୁ ପ୍ରଧାନମନ୍ତ୍ରୀ ଅଶ୍ୱାସ ଯୋଜନାରେ ଗୃହ ନିର୍ମାଣ ଦିଗରେ ସରକାର ଓ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ିଲେ ସେ ତାଙ୍କର ପନ୍ଥା ଘରେ ରହିବାର ସୁଯୋଗ ପାଇ ପାରନ୍ତେ । ବର୍ଷ ବର୍ଷ ଧରି ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରୁଥିବା ଅଁଳାଢିବା କୋହୁତ୍ସାହିର ପୁରୁଷୋତ୍ତମ ନାଏକଙ୍କୁ ପକ୍କା ଘର କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ