ବୋଲେର୍ ପିକଅପ ସହ ବାଇକ ମୁହାମୁହିଁ ଧକ୍କା, ୨ ମୃତ୍ୟୁ

Feb 7, 2026 - 20:48
 0  1
ବୋଲେର୍ ପିକଅପ ସହ ବାଇକ ମୁହାମୁହିଁ ଧକ୍କା, ୨ ମୃତ୍ୟୁ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବୁଡ଼ାବାଲି ଠାରେ ବୋଲୋର ପିକଅପ ଓଡି ୦୭ ଏ ୫୩୧୬ ସହ ବାଜାଜ ବାଇକ୍ ଓଡି ୦୭ ପି ୦୪୯୯ ମୁହାମୁହିଁ ଧକ୍କା ଫଳରେ ବାଇକ୍ ଆରୋହୀ ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ l ମୃତକ ମଣ୍ଡାସୁରର ପ୍ରଶାନ୍ତ ପାତ୍ର ବୋଲି ପରିଚୟ ମିଳିଥିଲା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରି ନାହିଁ। ଘଟଣାରୁ ପ୍ରକାଶଯେ ବୋଲର ପିକଅପ ଟି ବାଲିଗୁଡାରୁ ସାରଙ୍ଗଗଡ ଯାଉଥିଲା ବେଳେ ବିପରୀତ ଦିଗରୁ ବାଜାଜ୍ ବାଇକ ଫୁଲବାଣୀରୁ ବାଲିଗୁଡା ଅଭିମୁଖେ ଯାଉଥିଲା l ଡାମେରିକିଆ ନିକଟ ବୁଡାବାଲି ଠାରେ ଦୁର୍ଘଟଣା ଘଟିଥିଲା ବେଳେ ଘଟଣା ସ୍ଥଳରେ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନା ଏବଂ ଏସଆଇ ବାସୁଦେବ ପଣ୍ଡା ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ