।। ବୋଡେ଼ନ ବ୍ଲକ ର ମହୁଲପଦର ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ଦ୍ୱାରା କୃଷକ ଉତ୍ପାଦକ ସଙ୍ଘ ସଚେତନତା ଶିବିର ଅନୁଷ୍ଠିତ l।
ନୂଆପଡା : ଆଜି 04-03-24ରିଖ ଦିନ ବୋଡେ଼ନ ବ୍ଲକ ଅନ୍ତର୍ଗତ ମହୁଲପଦର ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡା ତରଫରୁ ଏକ କୃଷକ ଉତ୍ପାଦକ ସଙ୍ଘ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ 200 ଜଣ କୃଷି ଭାଇ ଏବଂ ଭଉଣୀ ମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ଥିଲା ସଙ୍ଘର ପ୍ରତିନିଧି ସଂଖ୍ୟା ବଡ଼ାଇବା ଏବଂ ସଙ୍ଘକୁ ଆହୁରି ସଦୃଡ଼ କରିବା l ବୋଡେ଼ନ ବ୍ଲକ ର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ବାଗ ଏବଂ ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ ଅଶ୍ୱନୀ ବିଶ୍ୱାଳ ଅତିଥି ରୂପରେ ଯୋଗଦେଇ ତାଙ୍କ ବିଭାଗ ସମ୍ବଦ୍ଧିୟ ବିଭିନ୍ନ ଯୋଜନା ବାବଦରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ l କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼. ସାସ୍ୱତୀ ପଟ୍ଟନାୟକ ଙ୍କ ସହିତ କେନ୍ଦ୍ରର ଅନ୍ୟ ବୈଜ୍ଞାନିକ ତଥା ଶ୍ରୀଯୁକ୍ତ ଲବ ସୋରେନ, ଶ୍ରୀଯୁକ୍ତ ଲକ୍ଷ୍ମଣ ଲାଲ ମୀନା ଏବଂ ଶ୍ରୀମତୀ ଉମା ପ୍ରଧାନ ଙ୍କ ତତ୍ୱାବଧାନରେ ଏହି ସଚେତନତା ଶିବିର ଟି ସଫଳ ରୂପରେ ପରିଚାଳିତ ହୋଇପାରିଥିଲା l କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାପାଇଁ ଶିବ ଶକ୍ତି କୃଷକ ଉତ୍ପାଦକ ସଙ୍ଘର ସି.ଇ.ଓ. ଶ୍ରୀଯୁକ୍ତ ରୋହିତ କୁମାର ଦାସ ଓ ଅନ୍ୟ ପ୍ରତିନିଧି ମାନଙ୍କ ପୁର୍ଣ ସହାୟତା ରହିଥିଲା l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0