ବିଷୁବ ମିଳନ ଅବସରରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ

Apr 27, 2025 - 21:18
 0  18
ବିଷୁବ ମିଳନ ଅବସରରେ ଜିଲ୍ଲା ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ

ନୂଆପଡା : ନୂଆପଡାରେ ବିଷୁବ ମିଳନ ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଆଗ୍ରହ କ୍ରମେ ଏକ କବିତା ପାଠୋତ୍ସବ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ । ଏହି ବହୁଭାଷୀ କବିତା ଆସରରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୩୦ ଜଣ କବି ଓ କବୟିତ୍ରୀ ଅଂଶ ଗ୍ରହଣ କରି ଓଡ଼ିଆ , କୋଶଳୀ, ହିନ୍ଦୀ, ସଂସ୍କୃତ ଭାଷାରେ ନିଜ ନିଜ ସ୍ବରଚିତ କବିତା ପାଠ କରିଥିଲେ । ଦେବୀ ସରସ୍ଵତୀଙ୍କ ଫଟୋଚିତ୍ର ସମୀପରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରିଥିଲେ। କବି ଫାଲଗୁନି ସାହୁ ଓ କବୟତ୍ରୀ ନିର୍ଝରଣୀ ପତି ପାଣିଗ୍ରାହୀ କବିତା ଆସରକୁ ସଂଯୋଜନା କରିଥିଲେ। ଦେଶପ୍ରେମ, ପହଲଗାମ୍ ନରସଂହାର, ନାରୀ ଭାବନା, ଭକ୍ତି, ପ୍ରକୃତି ତଥା ସାଂପ୍ରତିକ ସମସ୍ୟା ନେଇ ସୁନ୍ଦର କବିତା ସବୁ ଶ୍ରୋତା ମାନଙ୍କୁ ମନୋମୁଗ୍ଧ କରିଥିଲା । ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେଯେ, ବିଷୁବ କେବେ ସରେନା। ଯେଉଁଠି କବି ଥାଏ କବିତା ଥାଏ ସେଠାକୁ ବିଷୁବ ବାରମ୍ବାର ଆସେ । ସାହିତ୍ୟ ସମାଜକୁ ପରିବର୍ତ୍ତନ କରେ, ନୂତନ ଦିଗ୍ ଦର୍ଶନ ଦେଇଥାଏ । ଏଇ ଅବସରରେ ସେ ନିଜ ସ୍ବରଚିତ କବିତା ଯୁଦ୍ଧ ପାଠ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଓ ଉପ ଜିଲ୍ଲାପାଳ ଶ୍ରୀ ମାଝୀ ନିଜ ବକ୍ତବ୍ୟରେ କବି ମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ରାଜସ୍ୱ ସହାୟକ ବିଭୁ ଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା ଆୟୋଜନ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାର ବହୁ କବିତା ପ୍ରେମୀ ଶ୍ରୋତା ତଥା ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ