ବିଶ୍ୱ ପର୍ଯ୍ୟଟନ ଦିବସ ପାଇଁ ପ୍ରସ୍ତୁତି ବୈଠକ

Sep 25, 2026 - 21:13
 0  6
ବିଶ୍ୱ ପର୍ଯ୍ୟଟନ ଦିବସ ପାଇଁ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା, ୨୫/୦୯(ଫାଷ୍ଟ ନ୍ୟୁଜ ଓଡ଼ିଶା): ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଓ ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସୋମେଶ ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ଅଂଶଗ୍ରହଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନ ସମ୍ପର୍କରେ ନିଜ ନିଜର ମତାମତ ଓ ପ୍ରସ୍ତାବ ରଖିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସାଂସ୍କୃତିକ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମର ପ୍ରଚାର-ପ୍ରସାର ଓ ସଫଳ ଆୟୋଜନ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ରାଲି ୨୭.୦୯.୨୦୨୬ (ରବିବାର ) ସକାଳ ୫.୧୫ ରେ ରିପୋର୍ଟିଂ ଏବଂ ସକାଳ ୬:୩୦ରେ ପଦଯାତ୍ରା କାଳୀ ମନ୍ଦିର, ଝଣ୍ଡାଛକ ଦେଇ ମନମୋହନ ସ୍କୁଲ ପଡିଆ ଠାରେ ଶେଷ ହେବ। ବୈଠକରେ ବିଶ୍ୱ ପର୍ଯ୍ୟଟନ ଦିବସ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା, ପଞ୍ଜୀକରଣ ପ୍ରକ୍ରିୟାକୁ ବ୍ୟାପକ କରିବା ଏବଂ ସମନ୍ୱିତ ଭାବେ କାର୍ଯ୍ୟ କରିବା ପାଇଁ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଭୋଇ ସମସ୍ତେ ଙ୍କୁ ଆହ୍ୱାନ ଦେଇ ଥିଲେ l ସୂଚନା ଅନୁଯାୟୀ, ଓଡ଼ିଶାର ସମୁଦ୍ରତଟରୁ ଆରମ୍ଭ କରି ଐତିହ୍ୟ, ସଂସ୍କୃତି ଓ ଅନାବିଷ୍କୃତ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ ରାଜ୍ୟର ପର୍ଯ୍ୟଟନ ସମ୍ପଦକୁ ଜାଣିବା ଓ ପ୍ରଚାର କରିବା ସହିତ ସୁସ୍ଥ ଜୀବନଶୈଳୀ ପ୍ରତି ଜନସଚେତନତା ସୃଷ୍ଟି କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।

 ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ