ଏକ ମାତ୍ର ଥିଲା ନଳ କୂପ ଏବେ ନଦୀ ପାଣି ହେଲା ସାହାରା
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୂଂଗେର ପଞ୍ଚାୟତ ସ୍ଥିତ ବିରାବାଫଲା ଗ୍ରାମ ର ଶୁଣ୍ଡି ପଡା ସାହିରେ ରାୟଗଡା ଓ କଳାହାଣ୍ଡି କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ ରେ ଏକ ନଳକୂପ ଥିଲା ଆଜିକୁ ପ୍ରାୟ ପନ୍ଦର ଦିନ ହେଲା ଏହି ନଳକୂପ ଅଚଳ ହୋଇ ପଡିଛି l ଏହା କେବେ ପ୍ରଶାସନ ଆଖିକୁ ନଜର ଆସିବ ତାହା ସମୟ କହିବ l କେବେ ସଜାଡ଼ିବେ ପାନୀୟ ଜଳ ବିଭାଗଗୀୟ ଅଧିକାରୀ ମାନେ,ଗରିବ ଲୋକଙ୍କ ଠୁ ଟିକସ ଆଦାୟ କରି ସେହି ବାବୁ ମାନଂକୁ ଦିଆଯାଏ l କିନ୍ତୁ ଏଠି ବିଭାଗୀୟ ଅଧିକାରୀ ନୀରବଚିନ୍ନ l ବର୍ଷା ସମୟ ଗୋଟିଏ ବି ଗାଁ କୁ ଯାଇ ବିଶୁଦ୍ଧ ପାଇଁ ବ୍ଲିଚିଙ୍ଗ ପାଉଡର ମଧ୍ୟ ଦେଉ ନ ଥିବା କଥା ଲୋକ ଲୋଚନ ରେ ଏକ ଅଜବ ଅଜବ କଥା ଉଙ୍କି ଆସୁଛି l ଏହି ସରକାର କଣ ଲୋକଙ୍କୁ ସେବା ଦେଉଛି ତାହା ପାଟି ଥାଇ ବି ପାଟି ଖୁଲି ପାରୁନାହାନ୍ତି ଲୋକେ l ଏହା କୁ ଆଖି ଆଗରେ ରଖି ପଞ୍ଚାୟତ ନିର୍ବାଚନ କୁ ଲୋକେ ଚେତାବନୀ ଦେବାପାଇଁ ନିଷ୍ପତି କରିଛନ୍ତି l ଲୋକେ ଯାହା କହୁଛନ୍ତି ଆଜିକୁ ପାଞ୍ଚ ବର୍ଷ ବିତିଯିବନି ଆମ ଅଞ୍ଚଳ ରେ ସରପଞ୍ଚ ଙ୍କ ପାଦ ପଡୁନି ଆମ ବିରାବାଫଲା ଗାଁ କୁ ଶାସନ ସାରିଲେ ବୋଧେ ଆସିବେ ସରପଞ୍ଚ ବୋଲି ଲୋକଙ୍କ ମନର ବେଦନା l
ରାୟଗଡା ଜିଲ୍ଲା ରୁ ସତନ୍ତ୍ର ଜିଲ୍ଲା ପ୍ରତିନିଧି ମହେଶ୍ୱର ବାଗ ଙ୍କ ରିପୋଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
1
Funny
0
Angry
0
Sad
0
Wow
0