ମୁନିଗୁଡା ବ୍ଲକରେ ଉନ୍ନୟନ କାର୍ଯ୍ୟରେ ଅନୀୟ ମିତତା-ଭିଜିଲାନ୍ସ ତଦନ୍ତ ଦାବୀ
, ମୁନିଗୁଡା ନ୍ୟିୟୁଜ୍:-୯ .୯. ୦୨୬ ରାୟଗଡା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତି ଓ ପଞ୍ଚାୟତମାନଙ୍କୁ ଵିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟ ନା ରେ ଆସୁଥିବା ଅର୍ଥର ଵିନି ଯେ।ଗକୁ ନେଇ ଅନୀୟ ମିତତାର ଅଭିଯୋଗ ଉଠିଛି।କେତେକ କ୍ଷେତ୍ରରେ ବାସ୍ତଵ ଖର୍ଚ୍ଚ ଓ କାଗଜପତ୍ରରେ ଦର୍ଶାଯାଇଥିବା ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗିରହିଛି। ହେଲେ ଦାୟିତ୍ଵରେ ଥିବା ବିଡିଓ ଶ୍ରୀ କେ. ସି. ଦଳପତିଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ଫଳପ୍ରଦ ହେଉ ନାହିଁ ଵୋଲି ଶୁଣିବାକୁ ମିଳୁଛି। ଶ୍ରୀ ଦଳପତି କୁଆଡେ ନିଜର ସ୍ଥିତି ବଜାଇ ରଖି ମାଲେ ମାଲ ହେବାକୁ ଜେଇ ଏଇଙ୍କ ଅନୀୟମିତ କାର୍ଯ୍ୟକୁ ସମର୍ଥନ ଜଣାଇ ଉଭୟ ରାଜନେତାଙ୍କ ହାତବାରିସି ସାଜିଥିବା ଅଭିଯୋଗ ହେଉଛି।ଦର୍ଶାଯାଉଥିବା ଏପରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ନିରପେକ୍ଷ ତଦନ୍ତ ହେବାକୁ ଦାବୀ ହେଉଛି।ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ବ୍ଲକରେ ପଞ୍ଚାୟତ ସମିତି ଓ ପଞ୍ଚାୟତ ମାନଙ୍କରେ ବିକଶିତ ଗାଁ ବିକଶିତ ଓଡିଶା ଏଵଂ ଅନ୍ୟାନ୍ୟ ଉନ୍ନୟନମୂଳକ କାମ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି,କାହା ନିର୍ଦ୍ଦେଶରେ ଜନସାଧାରଣଙ୍କ ଅବଗତି ନଥାଇ କେଉଁ ଯେ।ଜନାରେ କିକି କାର୍ଯ୍ୟ କରାଯାଉଛି ତାର କିଛି ସୂଚନା ନାହିଁ, କେଉଁ କାର୍ଯ୍ୟ କେବେ ଆରମ୍ଭ ଏଵଂ ଶେଷ ତାରିଖ ଥାଇ ଠିକାଦାର ଓ ଜେଇଙ୍କ ନାମ, କେତେ ଟଙ୍କାର କେଉଁ କେଉଁ କାର୍ଯ୍ୟ କରାଯିବ ତାର ସମ୍ପୁର୍ଣ୍ଣଵିବରଣୀ ଥାଇ ଫଳକ ମରାଯିଵା ପରେ କାର୍ଯ୍ୟ କରାଯିବା ନିୟମ ରହିଛି ,ହେଲେ ବିଭାଗୀୟ ଅଧିକାରୀ ମୁନିଗୁଡା ବ୍ଲକରେ ଏ ନୀଯମକୁ ଦଳି ଚକଟି ଦେଇ ଏଠାରେ ତାହା ବ୍ୟତିକ୍ରମ ଦେଖା ଦେଇଛି। ଯାହାଫଳରେ କାମର ମାନ, ପରିମାଣ, ଏଵଂ ଖର୍ଚ୍ଚ ହୋଇ ଥିବା ଅର୍ଥକୁ ନେଇ ପ୍ରଶ୍ନ ଉଠୁଛି। ଏହିସବୁ ଘଟଣାରେ ପଞ୍ଚାୟତ ସହ ସମ୍ପୣକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ମଧ୍ୟ ତଦନ୍ତ ପରିସରକୁ ଆଣିବାକୁ ଦାଵୀ ହେଉଛି। ବିଶେଷକରି କାମର ଅନୁମେ।ଦନ, ଅଟକଳ ପ୍ରସ୍ଥୁତି, କାର୍ଯ୍ୟାଦେଶ, ମାପଚୁପ,ବିଲ୍ ପ୍ରସ୍ତୁତି ଏଵଂ ଅର୍ଥ ପ୍ରଦାନ ପ୍ରକ୍ରୀୟାରେ କୈ।ଣସି ଅନିୟମୀତତା ହୋଇଛି କି ନାହିଁ ତାର ଯାଞ୍ଚ ହେବା ଆବଶ୍ୟକ ବୋଲି ଦାଵୀ ହେଉଛି। ବିଭିନ୍ନ ବିକାଶ ମୂଳକ କାମରେ ନିର୍ଦ୍ଧିଷ୍ଟ ଜେଇ ନିଜ ନାମରେ କାର୍ଯ୍ୟାଦେଶ ଥାଇ ବିଡିଓ ଓ ଏଇଙ୍କ ସହମତିରେ ଅନୀୟମିତତା ନେଇ ଲେ।କଙ୍କ ମଧ୍ୟରେ ଅସନ୍ତୋଷ ଵଢି ଚାଲିଛି। ଯେଉଁଠି ଲେ।କଙ୍କ ପାଇଁ କାର୍ଯ୍ୟ କରିବା କଥା ସେ କାର୍ଯ୍ୟ କରାନଯାଇ ଜେଇଙ୍କ ମର୍ସିରେ ଅନାବଶ୍ୟକ ଏଵଂ ପ୍ଲଟିଂ ର ସୁବିଧା ପାଇଁ ମନ ଇଛା ଡ୍ରେନ ଓ ସିସି ରାସ୍ତା ନିମ୍ନମାନର ମୁନିଗୂଡା ସଦରରେ ଦେଖାଦେଇଥିବା ଵିଧାୟକଙ୍କ ପ୍ରତିନିଧି ମାନସ ଵେହେରା ଅଭିଯୋଗ କରିବା ସହ ମୁନିଗୁଡାର ସଚେତନ ନାଗରିକ ମଧ୍ୟ ଏପରି ଅନୀୟମିତ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ଵ୍ଲକ ଓ ପଞ୍ଚାୟତରେ କେତେକ କାମରେ ନିୟମ ଅନୁଯାୟୀ ଅର୍ଥ ଖର୍ଚ୍ଚ ହେଉନଥିବା ଏଵଂ ପୂର୍ଵ ସରକାର ଭଳି ଏଵେକାର ପ୍ରଭାବ ଖଟାଇ କାମ କରାଯାଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ଓ ଵ୍ଲକରେ ହୋଇଥିବା ବିଭିନ୍ନ କାମର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରାଯିବା ଆବଶ୍ୟକ। କେଉଁ ଯୋଜନାରୁ କେତେ ଅର୍ଥ ଆସିଛି, କେଉଁ କାମ ପାଇଁ କେତେ ଟଙ୍କା ମଞ୍ଜୁର ହେଲା, ବାସ୍ତବରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏଵଂ କାମର ଗୁଣବତ୍ତା କିପରି ରହିଛି। ଏ ସବୁଦିଗରେ ଯାଞ୍ଚ ହେଲେ ପ୍ରକୣତ ତଥ୍ୟ ସାମ୍ନାକୁ ଆସିପାରିଵ।ଏନେଇ ଅଭିଯୋଗ ପାଇ ଅଧିକାରୀ ନିରବ ଦ୍ରଷ୍ଟା ସାଜି ଆଖି ବୁଜି ଦେଇଛନ୍ତି। ତେଣୁ ଏହି ବ୍ଲକକୁ ନିରପେକ୍ଷ ତଦନ୍ତ ପାଇଁ ସ୍ଵତନ୍ତ୍ର ଭିଜିଲାନ୍ସ ବିଭାଗର ହସ୍ତକ୍ଷେପ ଦାଵୀ ଯେ।ର ଧରିଛି। ଏହିପରି ଅନୀୟମିତତା କାର୍ଯ୍ୟ ମୁନିଗୁଡା ସଦର ମହକୁମା ସର୍ବାଗ୍ରେ ରହିଛି। ଏହାକୁ ନେଇ ଆଗାମି ଦିନରେ ଆନ୍ଦେ।ଳନର ରୂପ ନେଵ ବୋଲି ମୁନିଗୁଡା ଅଞ୍ଚଳ ସଚେତନ ନାଗରିକ ପକ୍ଷରୁ ଚେତାବନୀ ଦିଆଯାଇଛି। ତେଣୁ ସରକାରୀ ଅର୍ଥ ଜନତାଙ୍କ ଉଦେଶ୍ୟରେ ସଠିକ ପରିମାଣରେ ବିନିଯୋଗ କରାଯାଉ ଏବଂପ୍ରଶାସନ ଉଚ୍ଚସ୍ତରୀୟ ତଦନ୍ତ କରି ସତ୍ୟାସତ୍ୟ ସ୍ପଷ୍ଟ କରିବା ସହ ଲୋକଙ୍କ ସରକାରରେ ସ୍ଵଛତା ପ୍ରତିପାଦନ କରାଯାଉ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0