ପିଆରଏମ ମେଡିକାଲ ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଜିଲ୍ଲପାଳ ଙ୍କୁ ଦାବିପତ୍ର
ବାରିପଦା 18/09/2026 ବାରିପଦା ର ପିଆରଏମ ଓ ବାରିପଦା ମେଡିକାଲ ରେ ନାହିଁ ନ ଥିବା ସମସ୍ୟା ରେ କାଳାତିପାତ କରୁଛନ୍ତି ଆସୁଥିବା ରୋଗୀ ଓ ସମ୍ପର୍କୀୟ, ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୋସିଆଲ ୱେ୍ଲଫୋରମ ସଂଗଠନ, ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ସୋସିଆଲ ସଂଗଠନ ର ସେକ୍ରେଟାରୀ ବିଶ୍ୱଜିତ ନାୟକ, ବାରିପଦା ମେଡିକାଲ କଲେଜ ର ମୁଖ୍ୟ ସମସ୍ୟା ଗୁଡିକ ହେଉଛି, ବାରିପଦାରେ ହେଡ଼ କ୍ୱାଟର ମେଡିକାଲ ଅଫିସରଙ୍କ ମଞ୍ଜୁରୀ ପଦବୀ ୧୪୧, କାର୍ଯ୍ୟରତ ମାତ୍ର ୫୧ ଜଣ, ଅର୍ଥାତ୍ ୬୪% ପଦବୀ ଖାଲି । ଷ୍ଟାଫ ନର୍ସଙ୍କ ମଞ୍ଜୁରୀ ପଦବୀ ୨୦୫, କାର୍ଯ୍ୟରତ ମାତ୍ର ୭୯ ଜଣ, ଅର୍ଥାତ୍ ୬୧% ପଦବୀ ଖାଲି । ଏହି ଅଭାବ ଯୋଗୁଁ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି । ପି ଆର ଏମ ମେଡିକାଲ ରେ Anatomy Department ଠିକ୍ ଭାବେ ଚାଲୁନାହିଁ, ଯାହା ଫଳରେ ଛାତ୍ରମାନେ ସଫଳ ଡାକ୍ତର ହୋଇ ପାରୁ ନାହାନ୍ତି, ସିଟି ସ୍କାନ ଓ ଏମ ଆର ଆଇ ନ ଥିବା ରୁ ରୋଗୀ କୁ ଦଶକିଲୋମିଟର ଯିବାକୁ ପଡୁଛି, ଯାହାଦ୍ୱାରା ରୋଗୀ ସମ୍ପର୍କୀୟ ଙ୍କୁ ନାହିଁ ନ ଥିବା ଅସୁବିଧା ରେ ସମ୍ମଖିନ ହେବାକୁ ପଡୁଛି, ଉପରୋକ୍ତ ସମସ୍ୟା ର ସମାଧାନ ପାଇଁ ସୋସିଆଲ ୱେ୍ଲଫୋରମ୍ରେ ର କୋର କମିଟି ର ସେକ୍ରେଟାରୀ ବିଶ୍ୱଜିତ ନାୟକ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ ଙ୍କ ଜରିଆରେ ଜିଲ୍ଲପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଏବଂ ସମସ୍ୟା ର ସମାଧାନ କରି ରୋଗୀ ତୁରନ୍ତ ଅତ୍ୟାବସକୀୟ ସେବା ଯୋଗାଇବା ପାଇଁ ନିବେଦନ କରିଛନ୍ତି, ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ସଂଗଠନ ସଦସ୍ୟ ପ୍ରଦୀପ ମିସ୍ତ୍ରୀ, ରାଜୀବ ଜେନା, ସନ୍ତୋଷ କୁମାର ପଟ୍ଟନାୟକ, ବଳଦେବ ସାଥପତି ଆନଧନନ୍ଦ ସାକୁଡା, ଯୋଗେଶ୍ୱର ପାଲବାବୁ, ଵିକରନ୍ତ ଲେଙ୍କା, ମୋନଜ କୁମାର ବେହେରା, ରଞ୍ଜନ କୁମାର ଦାସ ଉପସ୍ଥିତ ଥିଲେ,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0